କଟକ(ସଂଘର୍ଷ ମିଡିଆ ) : – କଟକ ଲାଲବାଗ ଥାନା ପୋଲିସ ଓ ସ୍ପେଶାଲସ୍କୁଆଡ଼ ଏସିପି ଅଜୟ ଦାଶ୍ ଙ୍କ ନେତୃତ୍ୱରେ ଲାଲବାଗ ଥାନା ଅଞ୍ଚଳରୁ ଏକ ବଡ ଧରଣର ବ୍ରାଉନ ସୁଗାର ରାକେଟକୁ ଧରିବା ସହିତ ୬ ଜଣ ଅପରାଧୀ ଙ୍କୁ ଗିରଫ କରିଛି ,କଟକ ଲାଲବାଗ ଅଂଚଳରୁ ସ୍ବତନ୍ତ୍ର ସ୍କ୍ବାର୍ଡ ୧ କିଲୋ ୧୫୯ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୬ ଜଣକୁ ଗିରଫ କରିଛି । ଏହି ରାକେଟ ଜଳେଶ୍ବର ରୁ ବ୍ରାଉନ ସୁଗାର ଆଣି ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା କୁ ଚାଲାଣ କରୁଥିଲେ। ପଶ୍ଚିମବଙ୍ଗ ରୁ ଓଡିଶା ର ଜଳେଶ୍ବର-ବାଲେଶ୍ବର ହୋଇ ଉପକୂଳ ଓଡିଶାକୁ ଆସୁଥିବା କୋଟି କୋଟି ଟଙ୍କାର ଧଳା ଜହରକୁ କଟକ ପୋଲିସ ଜବତ କରିବା ରେ ସଫଳ ହୋଇଛି । ପୁଲିସ୍ କମିଶନର କହିଛନ୍ତି ଯେ କଟକ ପୋଲିସ ର ସ୍ବତନ୍ତ୍ର ସ୍କ୍ବାର୍ଡ ଦ୍ୱାରା ଗିରଫ ହୋଇଥିବା ଧଳା ଜହର ବ୍ୟବସାୟୀ ମାନେ ଏହାକୁ କଟକ ଦେଇ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା କୁ ପଠାଇବାର ଯୋଜନା କରୁଥିଲେ। ଏହାର ଆନୁମାନିକ ମୁଲ୍ୟ ଏକ କୋଟିରୁ ଅଧିକ ହେବ। -ପୋଲିସ କମିଶନର ଆହୁରୀ ମଧ୍ୟ କହିଛନ୍ତି ଯେ ଗତ ୫ ମାସ ମଧ୍ୟରେ କଟକ-ଭୁବନେଶ୍ବର ରୁ ପୋଲିସ ୬ କିଲୋ ୩ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରି ସାରିଲାଣି । କେବଳ କଟକରୁ ଏହି ସମୟରେ ୪ କିଲୋ ୨୮୦ ଗ୍ରାମ ଜବତ ହୋଇଛି। ତେଣୁ ନିଶା କାରବାର ପ୍ରତି ପୁଲିସର କଠୋର ଆଭିମୁଖ୍ଯ ପାଇଁ ଏବେ ଏତେ ପରିମାଣ ର ବ୍ରାଉନ ସୁଗାର ଜବତ ହେବା ସହ ୬ମାସରେ ୨୭ ଜଣ ଗିରଫ ହୋଇଛନ୍ତି । ଆଗକୁ କମିଶନର ରେଟ ପୋଲିସ ଓ ସ୍ପେଶାଲ ସ୍କୁଆଡ଼ ଟିମି , ଧଳା ଜହର କାରବାରରେ ଜଡିତ ବ୍ୟବସାୟୀ ଓ ଅଭିଯୁକ୍ତଙ୍କ ପ୍ରତି ଆହୁରି କଠୋର ଆଭିମୁଖ୍ଯ ଗ୍ରହଣ କରିବ ବୋଲି ପୁଲିସ୍ କମିଶନର ଚେତାବନୀ ଦେଇଛନ୍ତି ।