ମାଲକାନଗିରି (ସତ୍ୟ ନାରାୟଣ ଦାଶ)(ସଂଘର୍ଷ ନିୟୁଜ) : ମାଲକାନଗିରି ଜିଲ୍ଲା ଅବକାରୀ ନିରୀକ୍ଷକ ଅରୁଣ କୁମାର ପାତ୍ରଙ୍କ ନିର୍ଦେଶ କ୍ରମେ ବାଲିମେଳା ଅବକାରୀ ଥାନା ଆଇଆଇସି ଏଚ ଜଗାରାଓ ନେତୃତ୍ୱରେ ଆଜି ବାଲିମେଳା ସହର ଚିତାପାରି ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଉକ୍ତ ରାସ୍ତା ଦେଇ ଏକ CG16A7136 ନମ୍ବର ମୋଟର ସାଇକେଲରେ ଦୁଇଜଣ ବ୍ୟକ୍ତି ଯାଉଥିବା ଦେଖିଥିଲେ । ସନ୍ଦେହ ହେବାରୁ ଉକ୍ତ ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କ ପାଖରେ ଥିବା ଏକ ବ୍ୟାଗରୁ ୧୧ କିଲୋ ୫୦୦ ଗଂଜେଇଥିବା ଦେଖିବାକୁ ପାଇଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ଦୁଇ ବାଇକ ଆରୋହି ହେଲେ ଛତିଶଗଡ଼ ଜିଲ୍ଲା କରିଆ ଗ୍ରାମର ବୋଲି ଜଣାପଡିଛି।ଘଟଣା ସ୍ଥଳରୁ ଗଂଜେଇ, ମୋଟରଇକେଲ ଓ ଏକ ମୋବାଇଲ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି।ଏ ନେଇ ବାଲିମେଳା ଅବକାରୀ ବିଭାଗ ପକ୍ଷରୁ NDPS କେସ PR NO 111/2101ଏକ ମାମଲା ରୁଜୁକରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଲିମେଳା ଅବକାରୀ ବିଭାଗର ଅଧିକାରୀ ଏଚ ଜଗାରାଓ ସୂଚନା ଦେଇଛନ୍ତି।