ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ସହ କୋର୍ଟ ଚାଲାଣ

57

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ସହ କୋର୍ଟ ଚାଲାଣ, ସଦର ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା l ହତ୍ୟା ମାମଲାରେ ସଦର ଥାନା ଦ୍ୱାରା ଦୁଇଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଏହି ମାମଲା ସମ୍ପର୍କରେ ସଦରଥାନାରେ ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ରବି ନାରାୟଣ ଭଞ୍ଜ, ଥାନ ଆଇଆଇସି ଭାବଗ୍ରାହୀ ରାଉତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏକ ହତ୍ୟା ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ଦ୍ବୟ ହେଲେ ଶାସନଦାମୋଦର ପୁର ତୋଟାସାହି ବଲଭାନନ୍ଦର କୁମାର ପ୍ରଧାନ 48 ଓ କାଳିଆ ଓରଫ ବେଣୁଧର ପ୍ରଧାନ 39 l ଗତ 12 ତାରିଖ ରାତ୍ରରେ ଶାସନଦାମୋଦର ପୁର ତୋଟାସାହି ତୁଳସୀ ବଜାର ଠାରେ ବାନାମ୍ବର ପ୍ରଧାନ ଛିଡା ହୋଇଥିଲେ l ନରହରିପୁର ତୋଟାବାଡ଼ର ମନୋରଞ୍ଜନ ମିଶ୍ର ତୁଳସୀ ବଜାରକୁ ଆସିଥିଲେ l କୌଣସି କାରଣ ନେଇ ମନୋରଞ୍ଜନ ବାନାମ୍ବରଙ୍କୁ ଚାପୁଡ଼ା ମାରିଥିଲେ l ଏନେଇ ବାନାମ୍ବରଙ୍କ ପରିବାର ଲୋକମାନେ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିଲେ l ମନୋରଞ୍ଜନଙ୍କୁ ତଳେ ପକାଇ ଗୋଇଠା ବିଧା ମାରିଥିଲେ l ପରେ ମନୋରଞ୍ଜନ ଘରକୁ ଚାଲିଯାଇ ଗତ 13ତାରିଖ ସକାଳେ ଜିଲ୍ଲା ଚିକିର୍ସାଳୟକୁ ଆସିଥିଲେ l ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଏମ୍ସ ପଠାଇଥିଲେ l ଏମ୍ସରେ ଚିକିତ୍ସା ସମୟରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଥିଲା l ତାଙ୍କର ଇଣ୍ଟରିଆଲ କ୍ଷତ ହୋଇଥିଲା l ଖଣ୍ଡଗିରି ଥାନା ପକ୍ଷରୁ ମନୋରଞ୍ଜନଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା l ପରେ ଜଣାପଡିଥିଲା ଯେ ଆକ୍ରମଣରେ ମନୋରଞ୍ଜନଙ୍କ ଶରୀର ଭିତରେ କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା l ପରେ ମନୋରଞ୍ଜନଙ୍କ ଭାଇ ନିରଞ୍ଜନ ମିଶ୍ର ସଦର ଥାନାରେ ଅଭିଯୋଗ ପରେ ଥାନା ପକ୍ଷରୁ ତଦନ୍ତ କରାଯାଇ ଆଇପିସିର ଦଫା 302,34ରେ 180/2024 ନମ୍ବର ମାମଲା ରୁଜୁ କରାଯାଇଥିଲା l ୨ ଜଣ ଅଭିଯୁକ୍ତ କୁମାର ପ୍ରଧାନ ଓ କାଳିଆ ଓରଫ ବେଣୁଧର ପ୍ରଧାନଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More