ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ହେଲା କାଳ, ସ୍ଵାମୀଙ୍କ ଠେଙ୍ଗା ପାହାରରେ ପଡୋଶୀ ମୃତ

46

Get real time updates directly on you device, subscribe now.

ଆଙ୍କର:- ମଣିଷର ରାଗ ଯେ କେତେ ଭୟଙ୍କର ହୋଇପାରେ ତାହା ଆଜିର ଏକ ଘଟଣାରୁ ଜଣାପଡିଛି ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ମନ୍ଦାରବଗିଚା ପଡ଼ା ବାସିନ୍ଦା ସୁଧାରାଣୀ ଓ ରାଜୁ କିଛି ବର୍ଷ ତଳେ ଘରୁ ଲୁଚି ବମ୍ବେ ଚାଲି ଯାଇ ସେଠାରେ ବିବାହ କରି ରହି ଆସୁଥିଲେ । ତେବେ କରୋନା ମହାମାରୀ ପାଇଁ କାମଧନ୍ଦା ବନ୍ଦ ହୋଇଯିବାରୁ, ରୋଜଗାର ହାରି ସେଠାରୁ ଚାଲି ଆସିବା ପରେ ଦୁଇ ଜଣଙ୍କ ମଧ୍ୟରେ ମନୋମାଳିନ୍ୟ ତୀବ୍ରତର ହେବା ପରେ, ସୁଧାରାଣୀ ନିଜ ବାପାଙ୍କ ଘରେ ରହି ଆସୁଥିଲେ । କିନ୍ତୁ ରାଜୁ ଶଶୁର ଘରକୁ ଆସି ସ୍ତ୍ରୀ ସୁଧାରାଣୀଙ୍କ ସହିତ ଅନେକ ସମୟରେ ପାଟିତୁଣ୍ଡ ଓ ମାରପିଟ କରୁଥିଲେ । ତେବେ ଆଜି ଦିନ ୧ ଟା ସମୟରେ ଉଭୟଙ୍କ ମଧ୍ୟରେ ବଚସା ଚରମ ସୀମାରେ ପହଞ୍ଚିବା ପରେ ସ୍ବାମୀ ରାଜୁ ରଣା ଠେଙ୍ଗା ଦ୍ବାରା ସ୍ତ୍ରୀ ସୁଧାରାଣୀ ଦାସ କୁ ନିର୍ଧୁମ ମାଡ଼ ମାରୁଥିଲେ । ଏହାକୁ ଦେଖି ପଡୋଶୀ ଏସ. ରବିନ୍ଦ୍ର ପାତ୍ର, ରାଜୁ ରଣାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେହି ଠେଙ୍ଗା ଦ୍ବାରା ଏସ. ରବିନ୍ଦ୍ର ପାତ୍ରଙ୍କ ମୁଣ୍ଡକୁ ଆଠ ଦଶ ପାହାର ଦେବା ଫଳରେ ମୁଣ୍ଡରୁ ପ୍ରବଳ ରକ୍ତ ସ୍ରାବ ହୋଇଥିଲା, ଫଳରେ ଘଟଣା ସ୍ଥଳରେ ହିଁ ରବିନ୍ଦ୍ର ଟଳି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲେ ମଧ୍ୟ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ରାଜୁ ରଣା ଭବାନୀପାଟଣା ଟାଉନ ଥାନାରେ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇ, ଘଟଣା ସ୍ଥଳରୁ ଠେଙ୍ଗା ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । କଳାହାଣ୍ଡି ଜିଲ୍ଲାରୁ କେମେରା ମେନ୍ ରାଜଶଙ୍କ ସହିତ ଭିଷ୍ମ ସାହୁ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More