ସ୍ତ୍ରୀ ଓ ସାତ ବର୍ଷର ପୁଅକୁ ଟାଙ୍ଗିଆରେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନିଶାଶକ୍ତ ସ୍ଵାମୀ

43

Get real time updates directly on you device, subscribe now.

କୋରାପୁଟ (ସଂଘର୍ଷ ମିଡିଆ ) : – କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ବିସିଂହପୁର ଥାନା ଅନ୍ତର୍ଗତ ହରଡାଗୁଡା ଗ୍ରାମରେ ଡବଲ ମର୍ଡର। ବର୍ବରତାର ସବୁ ସୀମା ଟପିଲା ମଦ୍ୟପ ସ୍ୱାମୀ ଧୁବୁଲୁ ମୁଦୁଲି । ନିଶାଗ୍ରସ୍ତ ଅବସ୍ଥାରେ ନିଜ ସ୍ତ୍ରୀ ଓ ସାତ ବର୍ଷର ପୁଅକୁ ଟାଙ୍ଗିଆରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା । ଗ୍ରାମବାସିଙ୍କ ପହଁଚିବା ଜୋଗୁ 4 ବର୍ଷର ଝିଅ ମଦ୍ୟପ ବାପାର ଟାଙ୍ଗିଆ ଚୋଟରୁ ରକ୍ଷା ପାଇଗଲା । ହତ୍ୟାକାରିକୁ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଲେ ଗ୍ରାମବାସୀ । ଏଭଳି ହୃଦୟଥରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ଵୋରିଗୁମା ବ୍ଲକ ବିସିଂହପୁର ଥାନା ହରଡ଼ାଗୁଡା ଗ୍ରାମରେ । ଯାହାକୁ ନେଇ ଗ୍ରାମରେ ଭୟ ଆଉ ସୋକାକୁଳ ପରିବେଶ। ଘଟଣା ଅନୁଯାୟୀ ଗତ କାଲି ରାତିରେ ହରଡ଼ାଗୁଡା ଗ୍ରାମର ଧୁବୁଲୁ ମୁଦୁଲି ଓ ସ୍ତ୍ରୀ ଡମୁଣି ମୁଦୁଲିଙ୍କ ମଧ୍ୟରେ କୌଣସି କାରଣ ରୁ ଘରୋଇ କଳହ ସୃଷ୍ଟି ହୋଇଥିଲା । ସ୍ତ୍ରୀ ଡମୁଣି ମୁଦୁଲି ନିଜ ସାତ ବର୍ଷର ପୁଅ ପବୁଲୁ ମୁଦୁଲି କୁ ଧରି ନିଜ ମାଆ ଘରକୁ ପଳେଇ ବାକୁ ବାହାରିଥିଲେ। କିନ୍ତୁ ମଦ୍ୟପ ସ୍ୱାମୀ ଧୁବୁଲୁ ସ୍ତ୍ରୀକୁ ଯିବାକୁ ବାରଣ କରିଥିଲା । ସ୍ତ୍ରୀ ଡ଼ମୁଣି ମୁଦୁଲି ନ ଶୁଣିବା ରୁ ଶେଷରେ ରକ୍ତମୁଖା ହୋଇ ଉଠିଥିଲା ଧୁବୁଲୁ। ନିଶାଗ୍ରସ୍ତ ଅବସ୍ଥାରେ ଘରେ ଥିବା ଟାଙ୍ଗିଆ ଆଣି ସ୍ତ୍ରୀ ଡମୁଣି ଏବଂ 7 ବର୍ଷର ପୁଅ ପବୁଲୁକୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା। ଘର ଭିତରେ ଗୋଟାଏ ପଟେ ମା ର ଶବ ତ, ଆର ପଟେ ପୁଅର ର ଶବ । ଘର ସାରା ରକ୍ତ ଖେଳିଯାଇଥିଲା। ଏ ଘଟଣା ବିଷୟରେ ଗ୍ରାମବାସୀ ମାନେ କେମିତି କଣ ଜାଣିପାରି ଆସି ପହଂଚିଥିଲେ ଧୁବୁଲୁ ଘରେ ଏବଂ ଧବୁଲୁକୁ କାବୁ କରିନେଇ ଥିଲେ । ଏକ ଖୁଂଟରେ ଧୁବୁଲୁକୁ ବାନ୍ଧି ରଖି ତୁରନ୍ତ ପୋଲିଶକୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ଯୋଗୁ 4 ବର୍ଷର ଝିଅ ବାପାର ଟାଙ୍ଗିଆ ଚୋଟରୁ ଅଳ୍ପେକେ ରକ୍ଷା ପାଇଯାଇଥିଲା। ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ଫଁହଛି ଘଟଣାର ଅନୁସନ୍ଧାନ କରିଥିଲେ। ମୃତ ଡମୁଣି ମୁଦୁଲି ଏବଂ ମୃତ ପୃତ୍ର ପବୁଲୁ ମୁଦୁଲି ର ମୃତଦେହ ପୋଲିଶ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲା। ପରେ ସମ୍ପର୍କିୟଙ୍କୁ ମା ଓ ପୁଅର ମୃତଦେହକୁ ପୋଲିଶ ହସ୍ତାନ୍ତର କରିଥିଲା। ତେବେ ହତ୍ୟାକାରୀ ଧୁବୁଲୁ ମୁଦୁଲି ନାମରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ କେଉଁ କାରଣରୁ ଦୁଇ ଜଣଙ୍କ ଭିତରେ କଳହ ସୃଷ୍ଟି ହେଇଥିଲା ଏବଂ ଅଭିଯୁକ୍ତ ଧୁବୁଲୁ କେଉଁ କାରଣରୁ ଏଭଳି ନିର୍ମମ ହତ୍ୟାକାଣ୍ଡ କଲା , ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ପ୍ରକୃତ ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ବାହାରକୁ ଆସିପାରିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଦାମୋଦର ବିହାରୀ ।ତେବେ ପ୍ରକୁତ ସତ୍ୟ ସାମ୍ନାକୁ କେବେ ଆସିବ, ତାହାକୁ ହିଁ ଅପେକ୍ଷା । ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜ୍ୟୋତ୍ସ୍ନା ରାଉଲଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More