ପୁରୀ(ସଂଘର୍ଷ ମିଡିଆ) : – ବିଶେଶ୍ୱରୀ ମନ୍ଦିର ନିକଟ ଶ୍ରୀସେତୁ ତଳେ ସୁଦର୍ଶନ ସାହୁ ହତ୍ୟାକାଣ୍ଡ ମାମଲାରେ ଟାଉନ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ସିଦ୍ଧାମହାବୀର ଠାରେ ରହୁଥିବା ଜଗତସିଂହପୁର ତିର୍ତ୍ତୋଲ ଥାନା ଅଂଚଳର ସୌମ୍ୟରଞ୍ଜନ ଆଚାର୍ଯ୍ୟ 32 l ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ 3 ଓ 4 ତାରିଖ ରାତ୍ରରେ ଖଣ୍ଡିଆବନ୍ଧର ସୁଦର୍ଶନ ସାହୁଙ୍କୁ ହତ୍ୟା କରାଯାଇଥିଲା l 4ତାରିଖ ସକାଳେ ସୁଦର୍ଶନଙ୍କ ମୃତଦେହ ଜବତ କରିଥିଲା ଟାଉନ ଥାନା ପୁଲିସ l ସୁଦର୍ଶନଙ୍କ ପୁଅ ଶିବଶଙ୍କର ଥାନାରେ ଅଭିଯୋଗ କରିଥିଲେ l ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା l ପରେ ଅଭିଯୁକ୍ତ ସୌମ୍ୟରଞ୍ଜନ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଥିଲା l ସୌମ୍ୟରଞ୍ଜନ ଜଣେ ଅଟୋ ଡ୍ରାଇଭର l ଗତ 3ତାରିଖ ରାତ୍ରରେ ସୁଦର୍ଶନ ଓ ତାଙ୍କର ଅନ୍ୟ ସାଙ୍ଗଙ୍କ ସହ ଶ୍ରୀସେତୁ ତଳେ ମଦ୍ୟପାନ କରୁଥିଲେ l ଏହି ସମୟରେ ମଧ୍ୟ ସେଠାରର ସୌମ୍ୟରଞ୍ଜନ ମଦ୍ୟପାନ କରି ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଗାଳିମନ୍ଦ କରୁଥିବା ସୁଦର୍ଶନ ପ୍ରତିବାଦ କରିବାରୁ ସୌମ୍ୟରଞ୍ଜନ ଓ ସୁଦର୍ଶନଙ୍କ ମଧ୍ୟରେ ପାଟିତୁଣ୍ଡ ମାରପିଟ ହୋଇଥିଲେ l ଏହି ସମୟରେ ସୌମ୍ୟରଞ୍ଜନ ନିକଟରେ ଥିବା ଫେବର ବ୍ଲକ ଇଟାରେ ସୁଦର୍ଶନଙ୍କ ମୁଣ୍ଡରେ ଛେଚି ଦେଇଥିଲା l ପରେ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିଲା l ସୌମ୍ୟରଞ୍ଜନଙ୍କୁ ଗିରଫ କରାଯାଇଥିଲା l ଟାଉନ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ସୌମ୍ୟରଞ୍ଜନଙ୍କୁ ନେଇ ଘଟଣାସ୍ଥଳରେ ହତ୍ୟାକାଣ୍ଡର ରିକ୍ରିଏସନ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହଜାତକୁ ପଠାଇଦିଆଯାଇଛି l