ସିଦ୍ଧାମହାବୀର ଚମାରସାହିରେ ଏସିଡ ମାଡ଼, ଏକାଧିକ ଆହତ, ମେଡିକାଲରେ ଭର୍ତ୍ତି

116

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସିଦ୍ଧାମହାବୀର ଚମାରସାହିରେ ଏସିଡ ମାଡ଼, ଏକାଧିକ ଆହତ, ମେଡିକାଲରେ ଭର୍ତ୍ତି, ଆଜି ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ସିଦ୍ଧାମହାବୀର ଚମାରସାହିରେ ଏସିଡ ମାଡ଼ ହୋଇଛି l ଗୋଟିଏ ପରିବାରର ଆହତ ହେଲେ ବାଞ୍ଚୁ ବେହେରେ 42 ତାଙ୍କ ସ୍ତ୍ରୀ ଯମୁନା ବେହେରା 40, ଯମୁନାଙ୍କ ଭଉଣୀ ପାର୍ବତୀ ବେହେରା 30, ଭାଇ ବିଜୟ ବେହେରା 35 ଓ ତାଙ୍କ ଅନ୍ୟ ସମ୍ପର୍କୀୟ ସାରଥୀ ବେହେରା 34 ଚମ୍ପା ବେହେରା 50 ଓ ଦୁଲେଇ ବେହେରା 49 l ସେହିପରି ଅନ୍ୟ ପରିବାରରୁ ଆହତ ହୋଇଥିବା ବାପ ପୁଅ ହେଲେ ବିଜୟ ବେହେରା 48 ଓ ତାଙ୍କ ପୁଅ ପ୍ରଶାନ୍ତ ବେହେରା l ଘରବାଡି ବିବାଦ ନେଇ ପୂର୍ବ ଶତ୍ରୁତା କାରଣରୁ ଏହି ଘଟଣା ଘଟିଥିବା ଜଣାଯାଇଛି l ଘଟଣା ସ୍ଥଳ ଓ ମେଡିକାଲରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More