ପୁରୀ(ସଂଘର୍ଷ ମିଡିଆ) : – ସିଟିରୋଡ ହ୍ୟାପି ହୋମ ଛକ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ୭ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ନରସୀମା ଦାସ 25, ଏ ତରୁଣ 21, ଏ ସିଵା 32, ଦାସୁ ଅଜୟ 20, ଏ ସିଧୁ 19, ରାଜା ଦାସ 30 ଓ ଏ ସିଦ୍ଧାନ୍ତ 18 l ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଲୁହା ଖଣ୍ଡା, ୨ଟି ଲୁହା ରଡ଼, ଗୋଟିଏ ଛୁରୀ, ଗୋଟିଏ ଲଙ୍କା ଗୁଣ୍ଡା ପ୍ୟାକେଟ, ୨ଟି ଖାଲି ବିୟର ବୋତଲ ଓ ସିଗାରେଟ ଜବତ କରାଯାଇଛି l ଗତକାଲି ରାତ୍ରରେ ପୁଲିସ ପକ୍ଷରୁ ରାତ୍ର ପେଟ୍ରୋଲିଂ କରାଯାଉଥିବା ବେଳେ ଡକାୟତି ଯୋଜନା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି 7ଜଣଙ୍କୁ ଗିରଫ କରିଥିଲେ l ସମସ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 1ଟାରେ କୋର୍ଟ ଚାଲାଣ କରାଯାଇଥିଲା l