ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରରେ ଅଭାବନୀୟ ଘଟଣା । ଭକ୍ତ ଓ ଜେଟିପି ମୁହାଁ ମୁହିଁ। ଜଣେ ଭକ୍ତଙ୍କ ଆକ୍ରମଣରେ ଜଣେ ଜେଟିପି ଆହତ ହୋଇଛନ୍ତି। ତେବେ ଏନେଇ ସିଂହ ଦ୍ଵାର ଥାନା ରେ ଦୁଇ ପକ୍ଷରୁ ଅଭିଯୋଗ ହୋଇଚି। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି। ତେବେ ସୁଚନା ଅନୁଯାୟୀ ପାଞ୍ଚ ଜଣ ବଙ୍ଗୀୟ ଭକ୍ତ ଶ୍ରୀ ମନ୍ଦିର ଘଣ୍ଟି ଦ୍ଵାର ନିକଟରେ ଦର୍ଶନ ପାଇଁ ପ୍ରବେଶ ନିମନ୍ତେ ଅପେକ୍ଷାରେ ଥିଲେ। ତେବେ ହବିଶିଆଳି ମା ମାନଙ୍କୁ ଏହି ରାସ୍ତା ପଟେ ଯିବା ପାଇଁ ଜେଟିପି ଅନୁମତି ଦେଇଥିଲେ , କିନ୍ତୁ ଅପେକ୍ଷାରତ ବଙ୍ଗୀୟ ଭକ୍ତଙ୍କୁ ପ୍ରବେଶ କରିବା ପାଇଁ ବାରଣ କରିଥିଲେ। ଘଣ୍ଟି ଦ୍ଵାର ଦେଇ କେବଳ ପ୍ରବେଶ ପାଇଁ ହାବିଶିଆଳିଙ୍କୁ ଅନୁମତି ଦିଆଯାଇଛି। ତେବେ ବଙ୍ଗୀୟ ଭକ୍ତଙ୍କୁ ଜେଟିପି ପ୍ରବେଶ ପାଇଁ ଅନୁମତି ନ ଦେବାରୁ ଏଥିରେ ରାଗି ଯାଇ ଜଣେ ଭକ୍ତ ଜେଟିପିଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଚି। ଆହତ ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁଯାଇ ଆଜି ସକାଳ ୯ ଟା ସମୟରେ ସେ ଶ୍ରୀ ମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳି ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦାଇତ୍ୱରେ ଥିଲେ, ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ପ୍ରସ୍ଥାନ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ,ଘଣ୍ଟି ଦ୍ୱାର ନିକଟରେ ଜେଟିପି ଗୁପ୍ତେଶ୍ୱର ବାରଣ କରିଥିଲେ, ବାରଣ କରିବାରୁ ବଙ୍ଗୀୟ ଭକ୍ତ ମାନେ ଏହାକୁ ନମାନି ଉତକ୍ଷିପ୍ତ ହୋଇ ଗୁପ୍ତେଶ୍ୱରକୁ ଆକ୍ରମଣ କରିଛନ୍ତି ବୋଲି ଜେଟିପି ଗୁପ୍ତେଶ୍ୱର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି,ଏହା ପରେ ସିଂହ ଦ୍ୱାର ଥାନାରେ ଉଭୟଙ୍କ ପକ୍ଷରୁଅଭିଯୋଗ ହୋଇଥିବାବେଳେ ସିଂହଦ୍ୱାର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l