ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ, ପୁଣି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ମହିଳା ବିଦେଶୀ ପର୍ଯ୍ୟଟକ

86

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ। ପୁଣି ସୁରକ୍ଷାକର୍ମୀଙ୍କ ଅବହେଳା ପଦାରେ ପଡିଛି। କିଛିଦିନ ପୂର୍ବରୁ 4 ଜଣ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ଆଜି ପୁର୍ନବାର ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଛନ୍ତି। ତେବେ ସମ୍ପୃକ୍ତ ଅଣହିନ୍ଦୁ ମହିଳା ଜଣକ ବାଇଶିପାହାଚ ଦେଇ ଯାଉଥିବା ବେଳେ ସେବାୟତଙ୍କ ଦ୍ୱାରା ଚିହ୍ନଟ ପରେ ସିଂହଦ୍ଵାର ଥାନାରେ ଅଟକ ରଖାଯାଇଥିଲା। ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ବେଳେ ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣ ହେତୁ ପ୍ରବେଶ କଲେ ସେ ନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଅଛି।ତେବେ ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ଯାଇଥିବା ବେଳେ ତାଙ୍କ ମଧ୍ୟ ପୋଲିସ ଅଟକ ରଖିଛି। ବାଇଶିପାହାଚ ନିକଟରୁ ବିଦେଶୀନି ଜଣଙ୍କୁ ସେବାୟତ ଓ ପୋଲିସ କର୍ମଚାରୀ ମାନେ ଉଦ୍ଧାର କରିଥିବା ବେଳେ ସେ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିବା ଜଣାପଡିଛି।ତେବେ ତାଙ୍କର ପାସପୋର୍ଟ ଯାଞ୍ଚ କରାଯାଉଥିବା ବେଳେ ସଂପୃକ୍ତ ବିଦେଶିନୀ ଜଣଙ୍କ ୨୦୨୩ ରେ ମଧ୍ୟ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More