ଶ୍ରୀମନ୍ଦିର ଶ୍ରୀମାର୍ଗରେ ଛୁରାମାଡ, ଯୁବକ ଗୁରୁତର ମେଡିକାଲରେ ଭର୍ତ୍ତି

268

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : ଚୁଡଙ୍ଗସାହି ବାନାମ୍ବର ମନ୍ଦିର ଛକ ନିକଟରେ ଛୁରା ମାଡ । ଜଣେ ଯୁବକ ଗୁରୁତର ମେଡିକାଲରେ ଭର୍ତ୍ତି । ଯୁବକଙ୍କ ପରିଚୟ ଚୁଡଙ୍ଗ ସାହି ମାତା ଗୋସେଇଁ ଲେନର ପିଣ୍ଟୁ ଓରଫ ମନୋଜ କୁମାର ନାୟକ ବୟଷ ୩୨ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ଼ ହୋଇଥିବା ନେଇ ଜଣାପଡିଛି । ଘଟଣା ସମ୍ପର୍କରେ ଟାଉନ ଥାନା ପୁଲିସ ଏକ ମୋବାଇଲ ଜବତ କରି ତଦନ୍ତ ଆରମ୍ଭ କରିଛି । ମନୋଜ ବାନାମ୍ବର ମନ୍ଦିର ନିକଟରେ ବସି ଥିବା ବେଳେ ଦୁଇଜଣ ପଛପଟୁ ଛୁରା ମାଡ କରିଥିଲେ । ଏହି ସମୟରେ ମନୋଜ ଆକ୍ରମଣକାରୀଙ୍କ ମୋବାଇଲ ଛଡାଇ ରଖିଥିଲେ । ପରେ ମନୋଜ ମେଡିକାଲ ଆସିଥିଲେ । ମେଡିକାଲରେ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁ, ଟାଉନ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ପ୍ରମୁଖ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More