ଲୋକନାଥ ରୋଡ ବାରବାଟୀ କଲ୍ୟାଣ ମଣ୍ଡପ ନିକଟରେ ବୋମା ବିସ୍ଫୋରଣ, ପୁଲିସ ଦ୍ୱାରା ଗୋଟେ ଅଫୁଟା ବୋମା ଜବତ

132

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ମଧ୍ୟାହ୍ନ 12ଟାରେ ଲୋକନାଥ ରୋଡ ବାରବାଟୀ କଲ୍ୟାଣ ମଣ୍ଡପ ନିକଟରେ ବୋମା ବିସ୍ଫୋରଣ ହୋଇଛି l ଏଥିରେ କୌଣସି କାହାର କ୍ଷତି ଘଟିନାହିଁ l ବାସେଳୀସାହି ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଆରମ୍ଭ କରିଛି l ବୋମା ନିଷ୍କ୍ରିୟ ଦଳ ଘଟଣା ସ୍ଥଳରୁ ଏକ ଅଫୁଟା ବୋମା ଜବତ କରିଛି l ୨ଟି ବୋମା ମାଡ଼ ହୋଇଥିବା ବେଳେ ଗୋଟିଏ ବିସ୍ଫୋରଣ ହୋଇଥିଲା l ଏହି ବୋମା ମାଡ଼ରେ କାହାର କିଛି କ୍ଷତି ଘଟିନଥିବା ବେଳେ ବୋମା ମାଡ଼ କିଏ ଓ କାହିଁକି କଲା ତାହା ପୁଲିସ ପକ୍ଷରୁ ଛାନଭିନ ଆରମ୍ଭ କରାଯାଇଛି l ଘଟଣା ସ୍ଥଳରେ ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ପହଂଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More