ମାଲକାନଗିରି (ସତ୍ୟ ନାରାୟଣ ଦାଶ)(ସଂଘର୍ଷ ନିୟୁଜ) : ଗତକାଲି ରାତିରେ ନକ୍ସଲମାନେ ଜଣେ ନାବାଳକ ସହ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଛତିଶଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ସୁକମା ଏସପି କେ.ଏଲ୍ ଧ୍ରୁଭଙ୍କ ଦ୍ୱାରା ଏହି ମାମଲା ସୁନିଶ୍ଚିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ମିଲମପାଲ୍ଲୀ ଗାଁର ବାସିନ୍ଦା ତାତି ହଡମା (୧୫) ଏବଂ ମାଡକମ୍ ଅର୍ଜୁନ (୨୧) ରାତି ପ୍ରାୟ ୧୦ଟା ସମୟରେ ନକ୍ସଲମାନଙ୍କ ଦ୍ୱାରା ଅପହରଣ ହୋଇଥିଲେ। ଅପହରଣ ହେବା ପରେ ନକ୍ସଲମାନେ ଦୁଇ ଯୁବକଙ୍କୁ ଗାଁରୁ ନେଇ ଯାଇଥିଲେ। ଏହା ପରେ ଉଭୟ ଯୁବକଙ୍କୁ ରାତି ପ୍ରାୟ ୨ ଟା ସମୟରେ ନକ୍ସଲମାନେ ହତ୍ୟା କରିଥିଲେ। ହତ୍ୟା ପରେ ନକ୍ସଲମାନେ ଉଭୟ ଯୁବକଙ୍କ ମୃତଦେହକୁ ଜାଗରଗୁଣ୍ଡା ଏବଂ ନରସାପୁର ମଧ୍ୟରେ ମିଲମପାଲୀ ରାସ୍ତାରେ ଫିଙ୍ଗି ଦେଇଥିଲେ। ସୂଚନା ପାଇବା ପରେ ସୁରକ୍ଷା କର୍ମୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଶବ ନିକଟରେ ନକ୍ସଲମାନଙ୍କ ଦ୍ୱାରା ଫିଙ୍ଗାଯାଇଥିବା ଲିଫଲେଟ୍ ମଧ୍ୟ ଉଦ୍ଧାର କରିଛନ୍ତି।ସୁରକ୍ଷାକର୍ମୀ ମାନେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଏହା ସହ ମାମଲାର ତଦନ୍ତ ଆରମ୍ଭ ହୋଇଛି। କୁହାଯାଉଛି ଯେ ମୃତ ତାତି ହଡମାଙ୍କ ପିତା ପୂର୍ବତନ ଆସିଷ୍ଟାଣ୍ଟ କନଷ୍ଟେବଳ ପଦରେ ଥିଲେ। ସେ କୌଣସି କାରଣରୁ ଚାକିରି ଛାଡିଛନ୍ତି। ଏଥିସହିତ ମୃତ ମାଡାକମ୍ ଅର୍ଜୁନଙ୍କ ଭାଇ ବସ୍ତରିଆ ବାଟାଲିଅନରେ ପଦସ୍ତ ଅଛନ୍ତି।