ଲଭ୍ ସେକ୍ସ ଧୋକା

14

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ) : – ଧୋକବାଜ୍ ପ୍ରେମିକ ଜାଲରେ ଫସିଲେ ବିବାହିତ ମହିଳା। ସମ୍ପର୍କ ଆରମ୍ଭ ହେଲା ଫେସବୁକରୁ । କିଛି ଚାଟିଂ, ପରେ ପରେ ଫୋନ୍ ନମ୍ବର ଆଦାନ ପ୍ରଦାନ । ଧୋକବାଜ୍ ପ୍ରେମିକର ମିଠା ମିଠା କଥାରେ ଫସିଲେ ଜୈନିକ ମହିଳା। ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଧୋକା ଦେବା ଅଭିଯୋଗରେ ଅବିନାଶ ନାୟକଙ୍କୁ କଟକ ବିଡାନାଶୀ ଅଞ୍ଚଳରୁ ଗିରଫ କରିଛି ପୋଲିସ । ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି କଟକ ପୋଲିସ ୧୧୪୩/୨୦୨୪ ଏକ ମାମଲା ରୁଜୁ କରି ଅବିନାଶଙ୍କୁ ଗିରଫ କରିଛି । ସୂଚନାନୁଯାୟୀ , କଟକରେ ରହୁଥିବା ବିବାହିତା ମହିଳା ଜଣକ ସ୍ବାମୀଙ୍କ ଠାରୁ କୌଣସି ମନମାଳୀନ ଯୋଗୁ ଅଲଗା ରହୁଥିଲେ । ଅବସାଦ ଭିତରେ ସମୟ କଟୁଥିବା ବେଳେ ସାହରାର ହାତ ବଢାଇଥିଲେ ଅବିନାଶ । ମହିଳାଙ୍କ ଘରକୁ ଯିବା ଆସିବା ସମୟରେ ବଢିଥିଲା ସମ୍ପର୍କ । ସମ୍ପର୍କର ସୁଯୋଗ ନେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା ଧୋକବାଜ୍ ପ୍ରେମିକ । ବର୍ତ୍ତମାନ ମହିଳା ଜଣକ ଗର୍ଭବତୀ । ପ୍ରେମିକା ଗର୍ଭବତୀ ହେବା ଜାଣିବାପରେ ନାଟକ ଆରମ୍ଭ କରିଦେଲା ଧୋକବାଜ୍ ପ୍ରେମିକ । ଫୋନ କଲେ ଦେଖାଦେଲାନି,ମହିଳାଙ୍କ ଠାରୁ ସବୁ ସମ୍ପର୍କ ଛିନ୍ନ କଲା ଧୋକବାଜ୍ ପ୍ରେମିକ । ଧୋକାବାଜ ପ୍ରେମିକ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା , ସୁନା ଅଳଙ୍କାର ନେଇଥିବା ମହିଳା ଜଣକ ମଡେଲ ପୋଲିସ ଷ୍ଟେସନ ସିଡିଏ ଫେଜ -2 କଟକରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଧୋକବାଜ୍ ପ୍ରେମିକ ଜେଲର ଚାରି କାନ୍ଥ ମଧ୍ୟରେ । ହଁ ଦର୍ଶକ ବନ୍ଧୁ ଦେଖନ୍ତୁ ଧୋକବାଜ୍ ପ୍ରେମିକ ମହିଳା ଜଣକୁ ଫୋନରେ କଣ କହୁଛି । ସୂଚନାନୁଯାୟୀ ବାବୁ ଜଣକଙ୍କର ବହୁ ମହିଳାଙ୍କ ସହ ଅନଈତିକ ସମ୍ପର୍କ ଅଛି । ବ୍ଯୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More