ରାଜନୈତିକ କ୍ରୋଦ୍ଧର ଶିକାର ହେଲେ ଦଳିତ ପରିବାର

17

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ରାଜନୈତିକ କ୍ରୋଦ୍ଧର ଶିକାର ହେଲେ ଦଳିତ ପରିବାର । ନିମିଷକ ମଧ୍ୟରେ ସବୁ ହୋଇଗଲା ଛାରକାର । ମୁଁ ଦଳିତ ବୋଲି କଣ ମୋର ବଞ୍ଚିବାର ଅଧିକାର ନାନ୍ହି ବୋଲି କୋହଭରା କଣ୍ଠରେ କହୁଛନ୍ତି କହୁଛନ୍ତି ଜଣେ ଘରର ମୁରବି । ହଁ ଦର୍ଶକ ବନ୍ଧୁ ଆଜି ସେ ବାସହରା । ସବୁ ଥିଲା ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ସବୁ ଛାରକାର କରିଦେଲେ କିଛି ଖଳପ୍ରକୃତିର ଲୋକ । କ୍ରୋଦ୍ଧର ସୀମା ଏତେ ଟପିଲାଯେ ସବୁ ଅନ୍ଧ ହୋଇଗଲେ । ଘନ ରାତିରେ ଘରେ ଛୁଆ ପିଲାଙ୍କୁ ଧରି ସସ୍ତ୍ରୀକ ବିଶ୍ରାମ ନେଇଥିବା ସମୟରେ ଘରେ ନିଆଁ ଲଗାଇଦେଲେ କିଛି ଖଳପ୍ରକୃତିର ଲୋକ । ଜୀବନ ରକ୍ଷାକରୀ ସେମାନେ ସିନା ବାହାରି ଆସିଲେ , ହେଲେ ଘର ସମ୍ପୂର୍ଣ ଜଳିଗଲା । ଜଳିଗଲା ଘରର ସମ୍ପୂର୍ଣ ଆସବା ପତ୍ର । ଅନାହାରରେ ଗଛ ତଳେ ଆଶ୍ରୟ ନେଉଛନ୍ତି ପରିବାର । ହଁ ଦର୍ଶକ ବନ୍ଧୁ ଘଟଣାଟି ଘଟିଛି କେନ୍ଦ୍ର।ପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ । ପାରିବାରିକ ଶତ୍ରୁତାକୁ ନେଇ ସବୁ ଛାରଖାର କରିଦେଲେ । ଥାନାରେ ଇତାଲା ଦେଲେ ହେଲେ ଥାନାଧୀକାରୀ କିଛି ଶୁଣିଲେନି । ବିପକ୍ଷ ଲୋକମାନେ ତାଙ୍କୁ ବାରମ୍ବାର ଧମକ ଦେଉଛନ୍ତି ବୋଲି ଆମ କ୍ୟାମେରା ଆଗରେ କୋହ ପ୍ରକାଶ କରି କହିଛନ୍ତି । କହୁଛନ୍ତି ଆମେ ଅତନୁ ଲୋକ ତୁ ଆମର କଣ କରିବୁ । ହଁ ଦର୍ଶକ ବନ୍ଧୁ ଯେଉଁ ମାନେ ବିଜେଡ଼ିର କର୍ମୀ ନୁହନ୍ତି ସେମାନେ କଣ ନ୍ୟାୟରୁ ବଞ୍ଚିତ ହେବେ ? ଦଳିତଙ୍କୁ ସୁରକ୍ଷା ନାମରେ ସରକାର ଡିଣ୍ଡିମ ପିତୁଥିବା ବେଳେ ଏହା ଏକ ନଗ୍ନ ଉଦାହରଣ । ବ୍ଯୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More