ରାଜନଗର (ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନାରେ ମୋବାଇଲ୍ ଚୋରି ଓ ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍ ର ବହୁ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ରାଜନଗର ଆଇଆଇସି ତପନ କୁମାର ନାୟକ ଙ୍କ ନେତୃତ୍ବରେ ବିଭିନ୍ନ ଜାଗାରେ ଚଢ଼ାଉ କରି ପାଞ୍ଚ ଲୁଟେରାଙ୍କୁ ଗିରଫ କରିଛି ରାଜନଗର ପୋଲିସ। ସେହି ୫ ଜଣ ଲୁଟେରଙ୍କୁ ଧରିବା ସହ ସେମାନଙ୍କ ଠାରୁ ଗୋଟିଏ ଭୁଜାଲି, ୬ଟି ମୋବାଇଲ୍ ଫୋନ୍, ତିନୋଟି ମଟରସାଇକେଲ ଜବତ କରିଛି। ଅଭିଯୁକ୍ତମାନେ କଣ୍ଡିରା ଗ୍ରାମର ରାଜା ମଳିକ, ପ୍ରକାଶ ସେଠି, ସିଦ୍ଧାର୍ଥ ସେଠି, ବରୁଣା ଗ୍ରାମର ଷ୍ଟାଲିନି ମହାନ୍ତି, ବରୁଣୀପଲା ଗ୍ରାମର ଆକାଶ ସାମଲ ମାନଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସହ ଛଅଟି କେସ୍ ରୁଜୁ ହେବା ସହ କେସ୍ ନଂମ୍ବର255/21, 177/21,178/21,183/21,111/21,130/20 ରୁଜୁ କରାଯାଇ ଅଣ୍ଡର ସେକ୍ସନ 457, 380, 379,457 ଦଫା ଲଗାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ରାଜନଗର ଥାନା ଆଇଆଇସି ପ୍ରକାଶ କରିଛନ୍ତି। (ରାଜନଗର ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)