ଯୌତୁକ ନିର୍ଯ୍ୟ।ତନା ନେଇ ଥାନାରେ ମାମଲା

252

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ )- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ରାବଣାଗୁଡା ଗ୍ରାମରେ ଯୌତୁକ ନିର୍ଯ୍ୟ|ତନା ନେଇ ଶୁକ୍ରବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ରାବଣାଗୁଡା ଗ୍ରାମର ଭସମନ ବିଶୋଇ ଓ ଆମ୍ବାଗୁଡା ଗ୍ରାମର ପୁଷ୍ପାଞ୍ଜଳି ବିଶୋଇଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା | ଦୁଇ ଜଣ ଲୁଚି ଲୁଚି ପ୍ରେମ କରିବେ ବିଚାର କରି ୨ ଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ | ଗତ ୨୩.୧୦.୨୩ ତାରିଖ ଦିନ ପ୍ରେମୀ ଯୁଗଳ ଘରୁ ଫେରାର ହୋଇ ବିବାହ କରିଥିଲେ | ସେଠାରୁ ଯାଇ ଭସମନ ର ବନ୍ଧୁ ଘର କୋଡିଙ୍ଗା ରେ ୧୫ ଦିନ ରହିଥିଲେ | ସେଠାରୁ ନିଜ ଘର ରାବଣାଗୁଡା ଗ୍ରାମକୁ ୨ ଜଣ ଫେରି ଆସିଥିଲେ | ଘରେ କିଛି ଦିନ ଭଲରେ ରହିବା ପରେ ଭସମନ ଙ୍କ ସହିତ ପରିବାର ଲୋକେ ପୁଷ୍ପାଞ୍ଜଳି ଙ୍କୁ ମାଡ ମାରିବା ସହ ନିର୍ଯ୍ୟ|ତନା ଦେବା ଆରମ୍ଭ କରିଥିଲେ ଏବଂ ଟଙ୍କା, ସୁନା ଓ ମୋଟରସାଇକେଲ ନିଜ ଘରକୁ ଯାଇ ଯୌତୁକ ଆଣିବାକୁ ଧମକ ଦେଉଥିଲେ | ୨୧.୧୨.୨୩ ତାରିଖ ଦିନ ସନ୍ଧ୍ୟାରେ ଭସମନ ବିଶୋଇ ସ୍ତ୍ରୀ ପୁଷ୍ପାଞ୍ଜଳି କୁ ମାଡ ମାରିବା ସହ ଘରୁ ବାହାରି ଯା ବୋଲି କହି ଘରୁ ବାହାରକୁ ଟାଣି ପେଲି ଦେଇଥିଲେ | ଯାହା ଫଳରେ ପୁଷ୍ପାଞ୍ଜଳି ତଳେ ପଡି ବେହୋସ ହୋଇଯାଇଥିଲେ | ଏହି ଖବର ପାଇ ପୁଷ୍ପାଞ୍ଜଳିଙ୍କ ମା ଓ ବାପା ରାବଣାଗୁଡା ଗ୍ରାମ ଝିଅର ଘରେ ପହଞ୍ଚି ଝିଅକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ହୋଇ ପୁଷ୍ପାଞ୍ଜଳି ନିଜ ଘର ଆମ୍ବାଗୁଡା ଗ୍ରାମକୁ ଫେରିଥିଲେ | ଏନେଇ ଗ୍ରାମରେ ବୈଠକ ଡକାଯାଇ ସମାଧାନ କରିବାକୁ ଚେଷ୍ଟା କରଯାଇଥିଲା, କିନ୍ତୁ ଭସମନ ଓ ତାଙ୍କ ପରିବାର ଲୋକେ ବୈଠକକୁ ଆସିନଥିଲେ | ଏହାପରେ ଆଜି ପୀଡ଼ିତା ପୁଷ୍ପାଞ୍ଜଳି ସ୍ଵାମୀ ଭସମନ ବିଶୋଇ, ଶାଶୁ କନକଦେଇ ବିଶୋଇ, ଶଶୁର ମଙ୍ଗନ ବିଶୋଇ, ନଣଦ ଟଭା ବିଶୋଇ ଓ କମୁଳି ବିଶୋଇ ଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି | ଏତଲା କୁ ଭିତ୍ତି କରି ଥାନା କେସ ନଂ ୫୨/୨୪ରେ ଏକ ମାମଲା ରୁଜୁ କରାଯାଇଛି | ଡାବୁଗାଁ ଥାନା ସହ ନିରୀକ୍ଷକ ବିଜୁରାମ ବାଗ ଘଟଣାର ତଦନ୍ତ କରୁଛନ୍ତି |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More