କଟକ(ସଂଘର୍ଷ ମିଡିଆ ) : ଯୌତୁକ ଜୁଇରେ ଆଉ ଏକ ନବବଧୂ । ଅର୍ଦ୍ଧଦଗ୍ଧ ହୋଇ କଟକ ବଡମେଡିକାଲରେ ଜୀବନ ସହିତ ସଂଗ୍ରାମ କରି ଲିଭିଯାଇଛି ନବବଧୂଙ୍କ ଜୀବନ ଦୀପ । ବାପଘର ଲୋକଙ୍କ ଏତଲା ମୁତାବକ ବିଭାଘରର ୧୫ ଦିନ ପରେ ଝିଅକୁ ଯୌତୁକ ନିର୍ଯ୍ୟାତନା ଏବଂ ଠିକ୍ ୩ମାସ ପରେ କିରୋସିନ୍ ଢାଳି ହତ୍ୟା ଅଭିଯୋଗ ଆଣିଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡା ଗାଁରେ । ବାରଙ୍ଗ ଥାନା ଫୁଲପୋଖରୀ ଗାଁର ସ୍ୱର୍ଗତ ମୁରଲିଧର ମୁଦୁଲିଙ୍କ ଝିଅ ସସ୍ମିତା ମୁଦୁଲିଙ୍କୁ ଗତ ୨୪ . ୪ .୨୦୨୧ ତାରିଖରେ ସାଲେପୁର ଥାନା ଅର୍ନ୍ତଗତ ରାଇସୁଙ୍ଗୁଡା ଗାଁର ଅଜୟ ବେହେରାଙ୍କ ସହ ବୈଦିକ ରିତୀରେ ହୋଇଥିଲା ବିବାହ । ସସ୍ମିତାଙ୍କ ବଡଭାଇଙ୍କ ଅଭିଯୋଗ ମୁତାବକ ବିବାହ ସମୟରେ ଯୌତୁକ ବାବଦକୁ ନଗଦ ୫୦ହଜାର ଟଙ୍କା ଦିଆଯାଇଥିଲା, ମାତ୍ର୧୫ଦିନ ପରେ ଅଧିକ ଦେଢ଼ ଲକ୍ଷ ଟଙ୍କା ଯୌତୁକ ଦାବିକରି ତାଙ୍କ ଭଉଣିକୁ ଶାଶୁଘର ଲୋକେ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ଏବେ 3ମାସ ପରେ ଆର୍ଥାତ୍ ଗତ ୧୨.୦୭.୨୦୨୧ ରେ ସସ୍ମିତାଙ୍କୁ କିରୋସିନ୍ ଢାଳି ପୋଡିମାରିଦେବାକୁ ଉଦ୍ୟମ କରାଯାଇଥିଲା । ତେବେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସସ୍ମିତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲେହେଁ ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଛି ସସ୍ମିତାଙ୍କର. ଏନେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସସ୍ମିତାଙ୍କ ପରିବାର. ଅନ୍ୟପଟେ ସାଲେପୁର ପୋଲିସ୍ ଅଭିଯୋଗ ପାଇଲା ପରେ ଆରମ୍ଭ କରିଛି ତଦନ୍ତ । ଯୌତୁକ ଜନିତ ବଧୂହତ୍ୟା ମାମଲା ରୁଜକରି ପୋଲିସ୍ ସବୁ ଦିଗକୁ ନେଇ ଚଳାଇଛି ତନାଘନା. ଏନେଇ ଶାଶୁଘର ପକ୍ଷରୁ ଜଣଙ୍କୁ ଅଟକ ରଖି ପଚରା ଉଚାରା ଚଳାଇଛି ପୋଲିସ୍ । ତେବେ ତଦନ୍ତ ଚାଲିଛି ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ସାଲେପୁର ଆଇ. ଆଇ. ସି ।