ରାଜଗାଙ୍ଗପୁର ( ସଂଘର୍ଷ ମିଡିଆ ) ::ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହରରେ ବାରମ୍ବାର ହେଉ ଥିବା ମୋବାଇଲ ଚୋରି, ଛୀନତାଇ ଅଭିଯୋଗରେ ୱାର୍ଡ ନମ୍ବର ୩ ଖାଡାଗଲିରୁ ଜଣକ ଘରୁ ମୋବାଇଲ ଚୋରି କରି ପଳାଇ ଯାଉଥିବା ବେଳେ ସେହି ପଡାର ଲୋକମାନେ ତାଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ପରେ ପୋଲିସକୁ ଜିମ୍ମା ଦେଇଥିଲେ । ଅଭିଯୁକ୍ତ ଏମ ଡି ହସନ ଜାହାଙ୍ଗିର ୩୫ ଇଦଗାହ ନିବାସୀ, ପୋଲିସ ଅଭିଯୁକ୍ତ ପାଖରୁ ଏମ ଆଇ କମ୍ପାନୀର ମୋବାଇଲ ଜବତ କରିବା ସହ ଧାରା ୪୫୭/୩୮୦ ଅନୁଯାୟୀ କୋର୍ଟ ଚାଲାଣ କରିଥିଲେ। ରାଜଗାଙ୍ଗପୁରରେ ବହୁତ ମଦ ,ଗଂଜେଇ,ଡ୍ରଗ୍ସ କାରବାର ସହିତ ବହୁତ ଜୁଆ ଅଡ୍ଡାର ପ୍ରଭାଵ ଏତେ ବଢି ଯାଇଛି ଯେ ରାଜଗାଙ୍ଗପୁର ବାସୀ ଅତିଷ୍ଠ ହୋଇ ଗଲାଣି। ଏହି ସବୁ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନେବା ଉଚିତ । ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।