ମିଶନ ଶକ୍ତି ଗୃହ ନିର୍ମାଣ ବେଳେ ଜଣକର ମୃତ୍ୟୁ, ଜେଇ ସୁଲଗ୍ନା ପ୍ରଧାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

39

Get real time updates directly on you device, subscribe now.

ବରଗଡ (ସଂଘର୍ଷ ମିଡିଆ ) : ଆଇନ ବାହାରେ କାର୍ଯ୍ୟ କରୁଛି ରାଜବୋଡାସମ୍ବର ବ୍ଲକ ପ୍ରଶାସନ। ସେମାନେ ବିଜେଡି ସରକାର ର ଲୋକ ସେମାନଙ୍କୁ କିଏ କ’ଣ କରିବ? ଯାହା କଲେ ବି ଚଳିବ।ଆମେ କହି ରଖୁଛୁ କି ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଭେଉରିଆ ଗ୍ରାମ ପଞ୍ଚାୟତ ର ଦେଉଳି ଠାରେ ବ୍ଳକ ତରଫରୁ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଉଥିଲା।ଗତ ବାଇଶ ତାରିଖ ଦିନ ଛାତ ପଡୁଥିବା ସମୟରେ ଉକ୍ତ ଗ୍ରାମ ର ଦେଶାନ୍ତର ସୁନା ନାମକ ଜଣେ ଶ୍ରମିକର ମୃତ୍ୟୁ ଘଟିଛି।ଛାତର ମାତ୍ର ଦୁଇ ଫୁଟ ଉଚ୍ଚତାରେ ଏଗାର ହଜାର ଭୋଲ୍ଟର ବିଦ୍ୟୁତ ତାର ଯାଇଛି ଓ ତାର ସଂସ୍ପର୍ଶରେ ଆସି ଏଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ସେହି ଗ୍ରାମ ପଞ୍ଚାୟତ ରେ ଜେଇ ସୁଲଗ୍ନା ପ୍ରଧାନ ଅଛନ୍ତି ହେଲେ ସେ ପିସି ମୋହରେ ଏତେ ବୁଡ଼ିଗଲେ ଯେ ତାଙ୍କୁ ଆଉ ସେହି ଜାଗାରେ ଏଗାର ହଜାର ଭୋଲ୍ଟର ବିଦ୍ୟୁତ ତାର ଯାଇଥିବା ଦେଖାଗଲା ନାହିଁ। ଯେଉଁଟାକି ଜଣେ ନିରୀହ ଶ୍ରମିକ ର ଜୀବନ ଚାଲି ଗଲା। ପ୍ରକୃତ ନିୟମ ଅନୁସାରେ ଯେଉଁଠି ହାଇ ଭୋଲ୍ଟର ବିଦ୍ୟୁତ ତାର ଯାଇଛି ସେଠାରେ ଲେଆଉଟ ଦିଆ ନ ଯିବାର କଥା ହେଲେ କାହା ସ୍ୱାର୍ଥରେ ଓ କାହା ନିର୍ଦ୍ଦେଶ ରେ ଏ କାର୍ଯ୍ୟ କରିବା ପାଇଁ ଲେଆଉଟ ଦିଆଗଲା ତାହା ଏବେ ଜେଇ ସୁଲଗ୍ନା ପ୍ରଧାନ ଉପରେ ପ୍ରଶ୍ନ ସୃଷ୍ଟି କରୁଛି?ଜଣେ ଶ୍ରମିକ ର ଜୀବନ ଚାଲି ଗଲା ହେଲେ ପଦ୍ମପୁର ପୋଲିସ କୁ ଜଣାଗଲା ନାହିଁ କାହିଁକି? କାହା ସ୍ୱାର୍ଥରେ ଆଞ୍ଚ ଆସୁଥିଲା ଯେ ପୋଲିସ କୁ ଖବର ନ ଦେଇ ଚାପି ଦିଆଗଲା ଏହି ଘଟଣାକୁ। ଯଦି ଜଣାଯାଇଥିଲା ପଦ୍ମପୁର ପୋଲିସ କୁ କାହିଁକି ପୋଲିସ ତଦନ୍ତ କଲା ନାହିଁ। ଏସବୁ ଘଟଣା ରାଜବୋଡାସମ୍ବର ବ୍ଲକ ପ୍ରଶାସନ ଓ ପୋଲିସ ଉପରେ ପ୍ରଶ୍ନ ଉଠୁଛି। ଯେଉଁ ଶ୍ରମିକ ଜଣକ ମରିଛି ତାର ଘର ପରିବାର ଲୋକଙ୍କୁ ପଚାରି ବଝିବାରୁ ସେମାନେ କହିଛନ୍ତି ଯେ ଜେଇ ସୁଲଗ୍ନା ପ୍ରଧାନ ତାଙ୍କ ପରିବାର ଲୋକଙ୍କୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇ କେଶ ନ କରିବା ପାଇଁ ପଚାଶ ହଜାର ଟଙ୍କା ଦେଇ ସାରିଲାଣି। ବାକି ପଛେ ଦୁଇ ଲକ୍ଷ ଦେବେ।ଏ ପରିବାରକୁ ଆହୁରି ଦୁଇ ଲକ୍ଷ ପାଇବା ଆଶାରେ ରିପୋର୍ଟ ମଧ୍ୟ କରି ନ ଥିବାର କହିଛନ୍ତି। ଘଟଣା ଉପରେ ବ୍ଳକ ବିଡ଼ିଓ ଶଙ୍କର୍ଷଣ ବେହେରା ଓ ଜେଇ ସୁଲଗ୍ନା ପ୍ରଧାନ ବ୍ଳକ ଚେୟାରମେନ କୁମରମଣି ନାଏକ ଙ୍କୁ ଜଣାଇ ନ ଥିବାର କହିଛନ୍ତି।ଜେଇ ସୁଲଗ୍ନା ପ୍ରଧାନ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟେକଚାନ୍ଦ କାଲୋ ନିଜେ ଫସିଯିବା ଭୟରେ ଏହି କେଶ ଟାକୁ ଦଫାରଫା କରିଦେଇଛନ୍ତି। ଏପରି ସମ୍ବେଦନଶୀଳ ଘଟଣା ଘଟିଲା ସତ୍ତ୍ବେ କେଉଁ କାରଣରୁ ବରଗଡ଼ ଜିଲ୍ଲାପାଳ ଜେଇ ସୁଲଗ୍ନା ପ୍ରଧାନ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟେକଚାନ୍ଦ କାଲୋ ଙ୍କୁ ନିଳମ୍ବିତ କରୁନାହାନ୍ତି ଓ ଉଚିତ ତଦନ୍ତ କରି ଗିରଫ କରାଯାଉନାହିଁ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତ ଶ୍ରମିକଙ୍କ ପରିବାର ନିରିହ ହୋଇଥିବାରୁ ପ୍ରତିଶ୍ରୁତି ଦେଇ ଖସି ଯିବାପାଇଁ ଏ ଘଟଣା ରୁ ମୋଉକା ପାଇ ଯାଇଛନ୍ତି ଜେଇ ସୁଲଗ୍ନା ପ୍ରଧାନ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟେକଚାନ୍ଦ କାଲୋ। କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏ ପ୍ରଭାବଶାଳୀ ବ୍ୟକ୍ତି ଦ୍ବୟ ଙ୍କ ଉପରେ ବୋଲି ଚର୍ଚ୍ଚା ହେଉଛି। କାହା ସ୍ୱାର୍ଥ ପାଇଁ ପଚାଶ ହଜାର ଟଙ୍କା ଦେଇ ପରିବାର ଲୋକଙ୍କୁ ଚୁପ କରାଯାଇଛି? ନିଜେ ଫସିବା ଭୟରେ ବିଡ଼ିଓ ଶଙ୍କର୍ଷଣ ବେହେରା ମଧ୍ୟ ଆକ୍ସନ ନେଉନାହାନ୍ତି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ଦାବି ହେଉଛି।ଜେଇ ସୁଲଗ୍ନା ପ୍ରଧାନ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟେକଚାନ୍ଦ କାଲୋ ଏତେ ପ୍ରଭାବଶାଳୀ ଯେ ଆଠ ଦଶ ବିତିଯାଇଥିଲେ ମଧ୍ୟ ବ୍ଳକ ପ୍ରଶାସନ କି ଜିଲ୍ଲା ପ୍ରଶାସନ ସାହସ କରି ପାରୁ ନାହାଁନ୍ତି। କେଉଁ କାରଣରୁ ଜିଲ୍ଲାପାଳ ଚୁପ ସମସ୍ତ ଜନସାଧାରଣଙ୍କୁ ଚକିତ କରୁଛି।ଏ ମାନଙ୍କର କୋୖଣସି ଘଟଣା ଓ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ମନ ଇଚ୍ଛା କାର୍ଯ୍ୟ କରିଚାଲିଛନ୍ତି। ବ୍ଳକ ଚେୟାରମେନ କୁ ମଧ୍ୟ ପଚାରୁ ନାହାଁନ୍ତି। ଆସନ୍ତୁ ଶୁଣିବା କଣ କହୁଛନ୍ତି ଚେୟାରମେନ କୁମରମଣି ନାଏକ। ବରଗଡ଼ ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More