ମିଠା ଲଡ଼ୁ ଖୁଆଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର

55

Get real time updates directly on you device, subscribe now.

ମାଲକାନଗିରି ( ସଂଘର୍ଷ ମିଡିଆ ) : ମାଲକାନଗିରି  ସହର ରେ ମିଠା ଲଡ଼ୁ ଖୁଆଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା l ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସଦର ମହକୁମା ବିବିଗୁଡା କଲୋନୀ ନିକଟରେ ରହୁଥିବା ସୁନାରି ସୁବାଷ ପଟେଲ ଘରୁ । ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ  ସୁନାରୀଙ୍କ ଘରୁ ଲୁଟି ନେଲେ 23 ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ 2 ଲକ୍ଷ ଟଙ୍କା l ଲୁଟ କରିବା ପାଇଁ 3 ମାସ ଆଗରୁ ହୋଇଥିଲା  ପ୍ଲାନ । 3 ମାସ ତଳେ ସୁନାରୀଙ୍କ ଘରେ ଭଡାରେ ରହି କରୁଥିଲା ଲୁଟେରା ପ୍ଲାନ । ସୋମବାର ରାତିରେ  ନିଜର  ଗୋଟିଏ ଖୁସି ଖବର  କହି ସୁନାରୀଙ୍କ ପରିବାରକୁ ମିଠା ଦେବା ସହ ନିକଟସ୍ଥ 7 ରୁ 8ଟି ପରିବାରକୁ ମିଠା ଖୁଆଇଥିଲା । ମିଠା ଖାଇବାର 2 ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ । ଏହାପରେ ରାତିରେ ଘରେ ରଖିଥିବା ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରେ ପସି କବାଟ ତାଡି ଘରେ ପଶି ଲୁଟେରାମାନେ ଅତି ସହଜରେ ଲୁଟି ନେଇଥିଲେ ସୁନା ଗହଣା ଏବଂ ଯିବା ସମୟରେ ବାହାରୁ କବାଟ ବନ୍ଦ କରି ଦେଇଥିଲେ ଲୁଟେରା lସେପଟେ ଲୁଟେରାମାନେ ସିସିଟିଭିକୁ କାଟି ନେଇଯାଇଥିବା ଜଣାପଡିଛି । ଆଲମୀରା ପାଖରେ ଶୋଇଥିଲେ ମଧ୍ୟ ଜାଣିପାରି ନ ଥିଲେ ପରିବାର ଲୋକେ ।  ସଖାଳେ ଅନେକ ସମୟ ଧରି ସମସ୍ତେ ନିଶାସକ୍ତ ହୋଇ ରହିଛନ୍ତି  ପରିବାର ଲୋକେ । ଏହି ଘଟଣା ଜାଣିବା ପରେ ସଦର ମହକୁମାର ଆଦର୍ଶ ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଚଲାଇଛନ୍ତି । ମାଲକାନଗିରିରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More