ମାଲକାନଗିରି ଜିଲ୍ଲାରେ ଚାଲିଛି କଇଁଚ ଚୋରା କାରବାର

39

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ ) : ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଉଦ୍ଧାର କରିଛନ୍ତି 150 ଟି କଇଁଚ l ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ MPV-65 ଗ୍ରାମ ନିକଟସ୍ଥ ଘଞ୍ଚ ଜଙ୍ଗଲ ମଧ୍ୟରେ କଇଁଚ ଚୋରା କାରବାର ହେଉଥିବାର ଖବର ପାଇଥିଲେ ବନ ବିଭାଗ l କଇଁଚ ଚୋରା କାରବାର ଖବର ଆଧାରରେ କାଲିମେଳା ବନ ବିଭାଗର ଏକ ସାତ ଜଣିଆ ଟିମ ଉକ୍ତ ଜଙ୍ଗଲରେ ଚଡାଉ କରିବା ପାଇଁ ପହଞ୍ଚିଥିଲା । ବନ ବିଭାଗର ଗାଡିକୁ ଦେଖୀ କଇଁଚ ବେପାରୀ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରି ଛତ୍ରଭଙ୍ଗ ଦେଇ ପଳାଇଥିଲେ l ଘଟଣା ସ୍ଥଳରୁ ୧୫୦ ଖଣ୍ଡ କଇଁଚ ଉଧାର କରିବା ସହ ଦୁଇଟି ମଟର ସାଇକେଲକୁ ଜବତ କରାଯାଇଛି ।କଇଁଚ ଚୋରା ଚାଲାଣରେ ପଡୋଶୀ ରାଜ୍ୟର କିଛି ବ୍ୟବସାୟୀ ସହ କିଛି ସ୍ଥାନୀୟ ଖୁଚୁରା ବ୍ୟପାରୀ ମାନେ ମିଳିତ ଥିବା ସନ୍ଦେହ କରାଯାଉଛି l କେସ ନମ୍ବର OR 38 ତା 03/ 06 / 2021 ରେ ମାମଲା ରୁଜୁ କରାଯାଇ କଇଁଚ ଚୋରା କାରବାରରେ କାହାର କାହାର ସମୂକ୍ତି ରହିଛି ତାର ତଦନ୍ତ ଚଳାଇଛି ।ଚଡାଉ ସମୟରେ କାଲିମେଳା ଟାଉନ ଫରେଷ୍ଟ ର ସ୍ୱାୟମପ୍ରଭା ପ୍ରଧାନ ସମେତ ତେଲାରାଇ ବିଟ ଫରେଷ୍ଟ ଗାର୍ଡ ରାମ ଚନ୍ଦ୍ର ମାଝା ,ଶୁଦ୍ଧାଖୁଣ୍ଟା ବିଟ ଫରେଷ୍ଟ ଗାର୍ଡ ଅମ୍ଳନ କୁମାର ନାୟକ , ପାରା ଷ୍ଟାଫ ରୁଦ୍ର ହନ୍ତାଳ ଓ ଜୟନ୍ତୀ କୁମାର ନାୟକ ପ୍ରମୁଖ ରହି ଚଡାଉ ବେଳେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More