ମାତ୍ର ଏକ ହଜାର ଟଙ୍କା ପାଇଁ ବୀଭତ୍ସ ହତ୍ୟାକାଣ୍ଡ, ୬ ଗିରଫ

62

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମାତ୍ର ଏକ ହଜାର ଟଙ୍କା ପାଇଁ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ମଙ୍ଗଳବାର ଭୋର୍‌ରେ ଚନ୍ଦନପୁର ଥାନା ଅଧୀନ କପ୍ତେଶ୍ଵର ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ଗୋଟିଏ ପରିବାରର ଭାଇ, ଭଉଣୀ ଓ ଭିଣୋଇ ମିଶି ଯୁବକଙ୍କୁ ଅତି ନୃସିଂହ ଭାବରେ ହାଣିବା ସହ ଛାତିରେ ନିଆଁ ଖୁଣ୍ଡା ଭୁସି ହତ୍ୟା କରିଛନ୍ତି। ଏନେଇ ଚନ୍ଦନପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି । ମୃତ ଯୁବକ କପ୍ତେଶ୍ୱର ଗ୍ରାମର କାହ୍ନୁ ମଲ୍ଲିକ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି ।ପୋଲିସ ସୂତ୍ରରୁ ପ୍ରକାଶ ଯେ ବିଜୟ ଭୋଇ ଓରଫ ବିଜୁ ଏବଂ କାହ୍ନୁ ଦାଦନ ଖଟିବାକୁ ଅହମ୍ମଦାବାଦ୍ ଯାଇଥିଲେ। କିନ୍ତୁ ବିଜୁ ଅଳ୍ପ ଦିନ ରହି ଗାଁକୁ ଫେରି ଆସିଥିଲା। ଆସିବା ବେଳେ କାହ୍ନୁ ଙ୍କଠାରୁ ୨ ହଜାର ଟଙ୍କା ଧାର୍ ଆଣିଥିଲା। ୧ ମାସ ତଳେ କାହ୍ନୁ ଫେରିଥିଲେ। ପୁରୀରେ ଜଣେ ମାଲିକ ପାଖରେ ରହି ଏକ କାର୍ ଚଳାଉଥିଲେ । ୫ ଦିନ ତଳେ ଧାର୍ ଟଙ୍କାରୁ ୧ ହଜାର ଟଙ୍କା ଫେରାଇଥିଲା ବିଜୁ। ଆଉ ବାକିଥିବା ୧ ହଜାର ଟଙ୍କା ମାଗିବାକୁ ଭୋର୍ ୫ଟାରେ ବିଜୁ ଘରକୁ ଯାଇଥିଲେ କାହ୍ନୁ । ଏହି ସମୟରେ ବିଜୁର ଭଉଣୀ ପାଗଲ ଭୋଇ ବାହାରକୁ ଆସି ଦାଣ୍ଡ ଦୁଆରେ କାହ୍ନୁଙ୍କୁ ଗାଳିଗୁଲଜ୍ କରିଥିଲା।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ୍ କାହ୍ନୁଙ୍କୁ ଏକ ଚାପୁଡ଼ା ମାରିଥିଲେ ପାଗଲ । ଏଥିରେ ଉତ୍ତ୍ୟକ୍ତ ହୋଇ ପାଗଲଙ୍କ ବେକକୁ ଧରି ପକାଇଥିଲା କାହ୍ନୁ ।ଏହାପରେ ସେଠାରେପାଗଲଙ୍କ ସ୍ଵାମୀ ତଥା ବିଜୁର ଭିଣେଇ ଜଗନ୍ନାଥ ଦାସ ଓରଫ ମିଟୁ ପହଞ୍ଚି କାହ୍ନୁଙ୍କୁ ଆକ୍ରମଣ କରିଥିଲା। ପରେ ବିଜୁ ସେଠାରେ ପହଞ୍ଚି ଯାଇଥିଲା । ବିଜୁର ବଡ଼ ବାପ ପୁଅ ଭାଇ ଅଜୟ ଭୋଇ ଓରଫ ଅଜୁ, ମା’ ବସନ୍ତ ଭୋଇ ଓ ବଡ଼ବୋଉ କନକ ଭୋଇ ମିଶି କାହ୍ନୁ କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହି ସମୟରେ କାହ୍ନୁଙ୍କ ଦାଦାପୁଅ ଭାଇ ଅସିତ୍ ମଲ୍ଲିକ ଓରଫ ପୁପା ପହଞ୍ଚି ବୁଝାଶୁଝା କରୁଥିବା ବେଳେ ତାଙ୍କୁ ବିଜୁ ଓ ତା’ ପରିବାର ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ । ମୁଣ୍ଡ ଫାଟିଥିବା ଅବସ୍ଥାରେ ପୁପା ଝଗଡ଼ା ଅଟକାଇଥିଲେ। ଏହି ସମୟରେ ବିଜୁ ତା’ ବାଇକ୍ ସିଟ୍ ତଳୁ ଏକ ଖଣ୍ଡା ବାହାର କରି କାହ୍ନୁ ର ପଛପଟୁ ମୁଣ୍ଡାକୁ ହାଣିଥିଲା । ଚୋଟ ପରେ ଚୋଟ ମାରିବା ବେଳେ ଭିଣେଇ ମିଟୁ ଅନ୍ୟ ଏକ ଧରୁଆ ଅସ୍ତ୍ରରେ ମଧ୍ୟ ହାଣିଥିଲା । ସଙ୍ଗିନ ଅବସ୍ଥାରେ ଚିତ୍କାର କରି ଗାଁ ଦାଣ୍ଡରେ ପଡ଼ି ଯାଇଥିଲେ କାହ୍ନୁ। ହେଲେ ଅଭିଯୁକ୍ତଙ୍କ ଏତିକିରେ ମନ ଶାନ୍ତି ହୋଇନଥିଲା। ବିଜୁର ବଡ଼ବାପା ପୁଅ ଭାଇ ଅଜୁ ଚୁଲିରୁ ଏକ ଜଳୁଥିବା ନିଆଁ ଖୁଣ୍ଟା ଆଣି କାହ୍ନୁ ର ବାମ ପାର୍ଶ୍ବ ଛାତିକୁ ଭୂସିଥିଲା । ଘଟଣା ସ୍ଥଳରେ ଛଟପଟ ହୋଇ ଚିଚାର କରୁଥିଲେ କାହ୍ନୁ । କିଛି ସମୟ ଛଟପଟ ହୋଇ ସମସ୍ତଙ୍କ ସାମ୍ନାରେ ସେ ନିସ୍ତେଜ୍ ହୋଇଯାଇଥିଲେ ।ଗାଁ ଲୋକେ ହୋ ହଲ୍ଲା କରିବାରୁ କାହ୍ନୁ ଙ୍କ ଘର ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ । ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ କାହ୍ନୁ । ପୁପା ମଧ୍ୟ ଅଚେତ ହୋଇ ପଡ଼ିଥିଲେ । ପୁଲିସ ସେଠାରେ ପହଞ୍ଚି ଭ୍ୟାନ ଯୋଗେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲା ।ଡାକ୍ତର ସେଠାରେ କାହ୍ନୁଙ୍କୁ ମୃତ ଘୋଷଣା କରିଥିଲେ । ପୁପାଙ୍କୁ ସେଠାରେ ଚିକିତ୍ସା କରାଯାଇଥିଲା । ଉକ୍ତ ଘଟଣାରେ ସମସ୍ତ ଅପରାଧୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶିଲ ମିଶ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More