ବିରିଡି (ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ହାଜିପୁର ଗ୍ରାମର ରାକେଶ ବେହେରାଙ୍କ ପତ୍ନୀ ସୁଚିତ୍ରା ବେହେରା ବୟସ ୨୪ ରଶିରେ ଝୁଲୁଥିବା ଶବକୁ ବିରିଡି ପୋଲିସ ଜବତ କରିଛି।କୋଠା ଘରର ଶିଡ଼ି ପାର୍ଶ୍ଵରେ ଥିବା ଏକ ଲୁହାରଡ଼ରେ ରଶିଲାଗିଥିବା ଅବସ୍ଥାରେ ଶବଟି ଝୁଲୁଥିବା ଦେଖିବାକୁ ମିଳିଛି। ପୋଲିସ ଶବକୁ ଜବତ କରିବାପରେ ବ୍ୟବଚ୍ଛେଦ ନିମନ୍ତେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାଙ୍କୁ ପଠାଇଛନ୍ତି।ହେଲେ ମୃତ ମହିଳାଙ୍କ ଭାଇ ଶିବ ପ୍ରସାଦ ବେହେରାଙ୍କ ଅଭିଯୋଗ କ୍ରମେ ବିରିଡି ଥାନାରେ କେସ୍ ନଂ ୧୫୧/୨୧ରେ ଏକ ହତ୍ୟାମାମଲା ରୁଜୁପରେ ସ୍ୱାମୀଙ୍କ ସହ ଶଶୁର-ସଦାନନ୍ଦ ବେହେରା, ଶାଶୁ-ବୁଲି ବେହେରା ଓ ପଡୋଶି ୨ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ପୋଲିସ ଚଳାଇଛି। ଭଉଣୀଙ୍କୁ ସଡ଼ଯନ୍ତ୍ର କରି ମାରିବାପରେ ରାଶିରେ ଝୁଲାଇ ଦିଆଯାଇଛି ବୋଲି ଭାଇ ଶିବ ପ୍ରସାଦ ଅଭିଯୋଗ କରିଛନ୍ତି।ପୋଲିସ ସୂତ୍ରରୁ ପ୍ରକାଶ ଜେ ପୁରୀଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଖଗିପୁର ଗ୍ରାମର ବୈକୁଣ୍ଠ ବେହେରାଙ୍କ ଝିଅ ସୁଚିତ୍ରାର ବିବାହ ବିରିଡି ଥାନା ହଜିପୁର ଗ୍ରାମର ସଦାନନ୍ଦ ବେହେରାଙ୍କ ପୁଅଙ୍କ ସାଥିରେ ହୋଇଥିଲା।ବିବାଘର ପରଠାରୁ ଶାଶୁଘର ଲୋକେଙ୍କ ସହ ବୋହୂର ସଂପର୍କ ଭଲ ନଥିବାରୁ ସବୁବେଳେ ମତାନ୍ତର ହେଉଥିବା ଜଣାପଡିଛି।ରଶିଟି ବେକରେ ନଲାଗି ପାଟିରେ ରହିଥିବା ସହ ଦୁଇଟିଯାକ ହାତ ବନ୍ଧା ଯାଇଥିବାରୁ ଏହାଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନକରୁଛି।ମୃତ ମହିଳାଙ୍କ ଏକ ଦେଢ଼ବର୍ଷର ପୁଅ ରହିଛି।ଏହାବ୍ୟତୀତ ମୃତ ମହିଳା ରହୁଥିବା ଘରର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି।ନିଆଁ ଲିଭାଇବା ପାଇଁ ବିରିଡି ଦମକଳ ବାହୀନ ଆସିଥିବା ଜଣାପଡିଛି ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ପ୍ରକୁତ ସତ୍ୟ ପଦାକୁ ଆସିବ ବୋଲି ବିରିଡି ଥାନା ଅଧିକାରୀ ନିରଞ୍ଜନ ମଲ୍ଲିକ୍ କହିଛନ୍ତି।ଘଟଣା ସ୍ଥଳରେ ଏସ୍ ଡିପିଓ ପ୍ରିୟରଂଜନ ଶତପଥୀ, ତହସିଲଦାର ସାଗରିକା ପ୍ରିୟଦର୍ଶିନୀ, ସାଇଷ୍ଟ ଫିକ୍ ଟିମ୍ ଓ ସନ୍ଦାନୀ କୁକୁର ପହଞ୍ଚି ତଦାରଖ କରିଛନ୍ତି। ବିରିଡିରୁ ରାଖଲ ମଲ୍ଲିକ୍ ଙ୍କ ରିପୋର୍ଟ ।