କଳାହାଣ୍ଡି (ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତହସିଲର ବିଭିନ୍ନ ଆର୍.ଆଇ. ସର୍କଲରେ ଦୁର୍ନୀତି ହେଉଥିବା ଚର୍ଚ୍ଚା ହୋଇଆସୁଛି। ଭିଜିଲାନ୍ସ ଜାଲରେ ଜଣେ ବଡମୁଣ୍ଡ ଧରାପଡ଼ିବା ପରେ ଏହା ଅଧିକ ସ୍ପଷ୍ଟ ହୋଇଛି। ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲେନସ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ (ଆର୍.ଆଇ) ରମେଶ ଚନ୍ଦ୍ର ବରାଳ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କର୍ଲାମୁଣ୍ଡା ପଞ୍ଚାୟତ ଅଧିନସ୍ତ କର୍ଲାମୁଣ୍ଡା ଗାଁରେ ରହୁଥିବା ବିରଞ୍ଚି ନାରାୟଣ ଚୌଧୁରୀଙ୍କ ଡୁକେରମାଳ ଗାଁରେ କିଣିଥିବା ଦଲିଲକୁ ଡିମାର୍କଏସନ ବାବଦରେ ୨ହଜାର ଟଙ୍କା ଦାବୀ କରିଥିଲେ ଆରଆଇ ରମେଶ ବରାଳ। ଏହାକୁ ନେଇ ବିରଞ୍ଚି ନାରାୟଣ ଚୌଧୁରୀ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିଲେ। ଏହାପରେ ଲାଞ୍ଚୁଆ ଆର୍.ଆଇଙ୍କୁ ଧରିବା ପାଇଁ ତତ୍ପର ହୋଇ ଉଠିଥିଲା ଭିଜିଲାନ୍ସ ବିଭାଗ। କୋରାପୁଟ ଭିଜିଲାନ୍ସ କେସ ନଂ ୧୨-୨୨/୪/୨୧ ଅଭିଯୋଗ ପାଇଁ କଳାହାଣ୍ଡି ଜିଲ୍ଲା ଭିଜିଲେନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ନୂଆପଡ଼ା ଇନିସପେକ୍ଟର ଦୀନବନ୍ଧୁ ବେହେରା, ଗୁଣନିଧି ସାହୁ, କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ବରାଳଙ୍କୁ ଅଧିକ ତଦନ୍ତ ପାଇଁ ଭବାନୀପାଟଣା ନେଇଥିବା ଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ରୁ କାମେରା ମେନ୍ ରାଜେଶ ଙ୍କ ସହିତ ଭିଷ୍ମ ସାହୁ ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍