ଭଦ୍ରକ ରେଳବାଇ ପୁଲିସ ହାତରେ ଧରାପଡିଲେ ମୋବାଇଲ ଲୁଟେରା

50

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ରେଳବାଇ ପୋଲିସ ହାତରେ ଧରା ପଡିଲେ ମୋବାଇଲ ଲୁଟେରା ଗ୍ୟାଙ୍ଗ। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଗିରଫ, 13 ଟି ଚୋରା ମୋବାଇଲ ଜବତ ହୋଇଛି । ହାଓଡ଼ା – ଯଶବନ୍ତପୁର ଟ୍ରେନ ଯାଉଥିବା ସମୟରେ ବିଳମ୍ବିତ ରାତିରେ ଭଦ୍ରକ ଜିଆରପି ପୋଲିସ ଏହି ମୋବାଇଲ ଲୁଟେରାଙ୍କୁ ଧରିଥିଲା । ପରେ ଅଧିକ ଚଢ଼ାଉ କରିବା ପାଇଁ ଆରପିଏଫର ସହଯୋଗ ନେଇଥିଲା ଜିଆରପି ପୋଲିସ । ଉଭୟ ଜିଆରପି ଓ ଆରପିଏଫ ପୋଲିସର ମିଳିତ ଉଦ୍ୟମରେ ଦୁଇ ମୋବାଇଲ ଲୁଟେରାକୁ ଧରିଥିଲେ । ଏମାନଙ୍କ ନିକଟରୁ ବିଭିନ୍ନ ନାମିଦାମୀ କମ୍ପାନୀର 13 ଟି ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିଥିବା ଜିଆରପି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More