ଭଦ୍ରକ ଧୂଷୁରୀରେ ଗୋଟିଏ ପରିବାର ଭାଇ ଭଉଣୀଙ୍କ ଆତ୍ମହତ୍ୟା

123

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :- ଗୋଟିଏ ପରିବାରର ଦୁଇ ଭାଇ ଭଉଣୀଙ୍କ ଆତ୍ମହତ୍ୟା। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଧୂଷୁରୀ ଥାନା କୋଠାର ଅଞଳରେ । ପାରିବାରିକ କଳହକୁ କେନ୍ଦ୍ରକରି ବିଦ୍ୟାଧର ବେହେରାଙ୍କ ପୁଅ ଆତ୍ମହତ୍ୟା କରିଥିବା ବେଳେ ତା’ର କିଛି ସମୟ ମଧ୍ୟରେ ତାଙ୍କ ବଡ଼ ଭାଇ ଝିଅ ରଶି ଲଗାଇ ଆତ୍ମହତ୍ୟା କରିଛି, ତେବେ କେଉ କାରଣରୁ ଦୁଇ ଜଣ ଏପରି ଆତ୍ମହତ୍ୟା କଲେ ତାହାର କାରଣ କ’ଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ବେଳେ ଯାହା ଶୁଣିବାକୁ ମିଳେ ଘରୋଇ କଳି ପାଇଁ ଏଭଳି ଘଟଣା ଘଟିଥିବାର ଅନୁମାନ କରାଯାଉଛି, ଘଟଣାସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦୁଇ ମୃତ ଦେହକୁ ଭଦ୍ରକ ମେଡିକାଲକୁ ପୋଷ୍ଟମର୍ଟମ ପାଇଁ ପଠେଇଛି ।ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ନାମ ସନାତନ ବେହେରା ହୋଇଥିବା ବେଳେ ଭଉଣୀ ହେଉଛନ୍ତି ନିରୁପମା ବେହେରା । ତେବେ ଏହି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞଳ ତଥା ତାଙ୍କ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More