ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲାରେ କିଛି ଦିନର ନିରବତା ପରେ ପୁଣି କୋଇଲା ମାଫିଆ ସକ୍ରିୟ ହୋଇ ଉଠିଛନ୍ତି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା । ଗତକାଲି କୋଇଲା ମାଫିଆଙ୍କ ଦ୍ଵାରା ଦିନବେଳା କୋଇଲା ଚାଲାଣ କରୁଥିବା ଖବର ପାଇ STF ଙ୍କ ସୂଚନା ଅନୁଯାୟୀ ଧୁସୁରି ଥାନା ପୁଲିସ ଏକ ଟ୍ରକକୁ ଥାନାରେ ଅଟକ ରଖିଥିଲା । ଏକ ୧୦ ଚକିଆ ଟ୍ରକରେ କୋଇଲା ବୋଝେଇ ହୋଇ ବଜାର ପାଖରେ ଛିଡା ହୋଇଥିବା ବେଳେ ପୁଲିସ ଏହି ଗାଡ଼ିରେ ଥିବା ୬ ଶହ କୋଇଲା ବ୍ୟାଗ ଯାହାର ଓଜନ(30 ton) ହେବ । ଏହି ଘଟଣାରେ ଗାଡିର ଡ୍ରାଇଭର ଓ ହେଲ୍ପର ଉଭୟ ଉଭୟଙ୍କୁ କୋର୍ଟ ଚାଲାଣ କରଥିଲା ପୋଲିସ । ଏହାକୁ ନେଇ ଧୂସୁରି ଥାନାରେ 153/21 ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା କଥା ପୁଲିସ କହିଛି। ତେବେ ଏହି ଗାଡିର ମାଲିକ ତିହିଡି ଅଞ୍ଚଳର ଭଗବାନ ଦାଶ (ବାୟା) ବୋଲି ଚର୍ଚ୍ଚା ହେଉଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଏସପି ଚରଣ ସିଂହ ମିନାଙ୍କ ନିର୍ଦ୍ଦେଶରେ ବାୟାକୁ ଗିରଫ କରିଛି ସ୍ଵତନ୍ତ୍ର ପୁଲିସ ସ୍କ୍ବାର୍ଡ । ତେବେ ଏପରି କୋଇଲା ଚୋରା ଚାଲାଣ ତିହିଡିରୁ ଯାଇ ଧୂସୁରି ଥାନା ଇସାରାରେ କିଛି ପୁଲିସ କର୍ମଚାରୀଙ୍କ ଇଙ୍ଗିତରେ ଚାଲିଥିବା ଏସପି ସୁରାଗ ପାଇଛନ୍ତି । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।