ବ୍ରାଉନ ସୁଗାର ଜବତ, ୩ ଗିରଫ

26

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମଙ୍ଗଳାଘାଟ ଫ୍ଲୋରିସ ଇଣ୍ଡିଆ କୋଠା ନିକଟରେ ବ୍ରାଉନ ସୁଗାର କାରବାର ଅଭିଯୋଗରେ ବାସେଳୀ ସାହି ଥାନା ଦ୍ୱାରା 3 ଜଣ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ତ୍ରିଦେବ ନଗର ବ୍ରାହ୍ମଣ ସାହିର ଆଶିଷ କୁମାର ରଥ 22, ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର କରନ ନାୟକ 25 ଓ ମିଶ୍ର ନୋଳିଆ ସାହିର ଶିବୁ ଓରଫ ଉଣ୍ଡୁ ଓରଫ ସିବୁନା ନାୟକ 24 l ଅଭିଯୁକ୍ତଙ୍କ ନିକଟରୁ 12.30 ଗ୍ରାମ ବ୍ରାଉନ ସୁଗାର, ୨ଟି ମୋବାଇଲ ଓ ଓଡି 13ଯେ 1190 ନମ୍ବର ବିଶିଷ୍ଟ ବାଇକ ଜବତ କରାଯାଇଛି l ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତି ନେଇ ବାସେଳୀସାହି ଥାନା ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା l ଅଭିଯୁକ୍ତଙ୍କ ବିରୁଦ୍ଧରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ନେଇ ପୁଲିସ ସୂତ୍ରରୁ ଜଣାଯାଇଛି l ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡିପିଏସ ଆକ୍ଟରେ 273/2024 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More