ବ୍ରାଉନସୁଗାର ବେପାରୀଙ୍କ ନୂଆ ତରିକା ,ଶ୍ରୀମନ୍ଦିର ଭିତରେ ଛୋଟ ଛୁଆଙ୍କୁ ଲଗାଇ କଲେ ବେପାର

299

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ଭିତରେ ଥିବା ମା ବିମଳାଙ୍କ ମନ୍ଦିରର ପାଖରେ ଗୋଟେ ୯ରୁ ୧୦ବର୍ଷ ବୟସର ପିଲା କଣ ଗୋଟେ ଛୋଟ ଡ଼ବାରୁ କଣ ବାହାରକରି ଭାଗ କରୁଥିଲା । ତାକୁ ମନ୍ଦିରରେ ଡିଉଟି କରୁଥିବା ଜଣେ ପୋଲିସ କର୍ମଚାରୀ ଦେଖୁଥିଲେ ଏବଂ ସେ ପୋଲିସ କର୍ମଚାରୀ ଜଣଙ୍କ ତା ପାଖକୁ ଯାଇ ଦେଖନ୍ତି କି ସେ ଡ଼ବାରେ ଥିଲା ବ୍ରାଉନସୁଗାର । ପୋଲିସ କର୍ମଚାରୀ ଜଣକ ଏହାକୁ ଦେଖି ସେହି ପିଲାକୁ ମନ୍ଦିର ବାହାରକୁ ଆଣି ପଚରା ଉଚରା କରିବାରୁ କହୁଛି ଯେ ଗୋଟେ ଭାଇ ତାକୁ ଦେଇଥିଲେ ମନ୍ଦିର ଭିତରେ ବିକିବା ପାଇଁ । ସେହି ପିଲାକୁ ପଚରା ଉଚରା ପରେ ତାକୁ ସିଂହଦ୍ୱାର ଥାନାକୁ ନିଆ ଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More