ଜଗତସିଂହପୁର ( ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲାରେ ପୁଣି ଧଳା ଜହର।ଜିଲାରେ ଧଳା ଜହରକୁ ରୋକିବା ପାଈଁ ଜଗତସିଂହପୁର ଜିଲ୍ଲା ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ଶତପଥି ଙ୍କ ନିର୍ଦେଶ କ୍ରମେ ଅବକାରୀ ଜିଲ୍ଲା ସହକାରୀ ସୁପରିଡେଣ୍ଟ ବୈଜନ୍ତି ପଣ୍ଡା ଓ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ପ୍ରତାପକୁମାର ଦାସଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ସଦର ସବଇନ୍ସପେକ୍ଟର ସସ୍ମିତା ହୋତାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଥିଲା। ଚଢ଼ାଉ ସମୟରେଏକ ଲକ୍ଷ 20 ହଜାର ଟଙ୍କାର 12ଗ୍ରାମ ବ୍ରାଉନସୁଗାର ସହ ଜଣକୁ ଗିରଫ କରିଛନ୍ତି । ଚୋରା ବ୍ରାଉନସୁଗର ବେପାରୀ ଜଣଙ୍କ ବିରିଡ଼ି ଥାନା ଅନ୍ତର୍ଗତ ଅଲାଣ୍ଡ ଛକ ର ଦିନନାଥ ସେଠୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ମୋଟ 12 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ । ବ୍ରାଉନସୁଗାର ମୁଲ୍ୟ ଆନୁମାନିକ ଏକଲକ୍ଷ 20ହଜାର ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନାଦେଇଛନ୍ତି। ସେହିଭଳି ବାଲିକୁଦା ଥାନା ଅଧିନ ସିଙ୍ଗାରପୁର ରାସ୍ତା କଡରେ ଏକ ସ୍କୁଟି ରେ ଚୋରାମଦ ବିକ୍ରି ସମୟରେ ଚୋରା ମଦ ବେପାରୀ ପୂର୍ଣ୍ଣଚନ୍ଦ୍ର ବେହେରା କୁ ଗିରଫ କରିବା ସହ 13ଲିଟର ମଦ ଓ ଏକ ସ୍କୁଟିକୁ ଜବତ କରିଥିଲେ ।ଏହି ଚଢ଼ାଉ ସହକାରୀ ଏ.ଏସ.ଆଇ କଳ୍ପନା ଜେନା,ସୌମ୍ୟ ରଞ୍ଜନ ବେହେରା,କନେଷ୍ଟବଳ ପ୍ରକାଶ ରାଉତ,ବିଶ୍ୱନାଥ ମୁଣ୍ଡା,ସରୋଜ ସାହୁ,ସବିତା ନାୟକ,ବର୍ଷା ରାଣୀ ଖୁଣ୍ଟିଆ, ଦୀନବନ୍ଧୁ ସେଠି,ନବଘନ ମାରାଣ୍ଡି, ଚିତ୍ତରଞ୍ଜନ ଦାସ,ହିମାଂଶୁ ନାୟକ,କଲ୍ୟାଣି ସେଠୀ,ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।