ବୋମା ବିଷ୍ପରଣ ଘଟନା , ଅଭିଯୁକ୍ତକୁ ଗିରଫ କଲା ପୋଲିସ

63

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଗକୁ ପୁରୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ କିଛି ଦିନ ହେବ ପୁରୀ ସହର ରେ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । କିଛି ଦିନ ହେବ କେଉଁଠି ଏସିଡି ମାଡ ହେଲାଣି ତ ପୁଣି କତେବେଳେ ବିଧାୟକ ପ୍ରାର୍ଥୀ ଙ୍କୁ ଆକ୍ରମଣ ହେଲାଣି । ତେବେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର କୋଲନୀ ର ମିଶ୍ର କଲୋନୀ ଲେନରେ ବୋମା ବିଷ୍ପରଣ ହୋଇଛି । ତେବେ ବୋମା ବିଷ୍ଫରଣରେ ଜଣେ ବ୍ୟକ୍ତି ଗୁରୁତ୍ୱର ଭାବରେ ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମନ୍ୟ ଆହାତ ହେଇଥିବା ଜଣାପଡିଛି । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ମାର୍କଣ୍ଡଶ୍ୱର ସାହିର ନିତାଇ ଚରଣ ନାୟକ (୨୮) ।ଏବଂ ଅନ୍ୟଜଣେ ହେଉଛି କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଅଞ୍ଚଳର ବିକି ନାୟକ (୨୫) । ।ତେବେ ପୋଲିସ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ଆହତ ବିକି ନାୟକକୁ ଗିରଫ କରି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନ ୪ ଟା ସମୟରେ ବିକି ନାୟକ ଶ୍ରୀକ୍ଷେତ୍ର କଲୋନୀ ମିଶ୍ର ଲେନ୍ ଠାରେ ତାର ସାଙ୍ଗ ନିତାଇ ଚରଣ ନାୟକ ସହ ଠିଆ ହୋଇଥିଲା । ଏହି ସମୟରେ ବିକି ହାତରେ ହାତ ତିଆରୀ ବୋମା ଧରିଥିଲା । ହତାଟ ବୋମା ଟି ବିସ୍ଫରଣ ହୋଇଥିଲା । ଯାହାଫଳରେ ନିତାଇର ଗୋଡ , ହାତ ଏବଂ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ବିକି ମଧ୍ୟ ଆହାତ ହୋଇଥିଲା । ଦୁଇଜଣଙ୍କ ଚିିକିତ୍ସା ପାଇଁ ସଦରମୁଖ୍ୟ ଚିକିତ୍ସାଳରେ ଭତ୍ତି କରାଯାଇଥିଲା । ତେବେ ପୋଲିସ ବିକି କୁ ଥାନାକୁ ନେଇ ପଚରା ଉଚରା କରିବା ସହ ବିକି ବରୋଧରେ କେସ ନଂ ୧୧୩/୨୪ଏକ ମାମଲା ରୁଜୁ କର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More