ସୁନ୍ଦରଗଡ(ସଂଘର୍ଷ ମିଡିଆ ) : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଏକ ଅଜଣା ଯୁବତୀ ବେକରେ ଚୁନି ଗୁଡେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଯୁବତୀ ଜଣଙ୍କର ବୟସ ୧୭ ରୁ ୧୮ ବର୍ଷ ହେବ ବୋଲି ଅନୁମାନ କରା ଯାଉ ଥିବା ବେଳେ ଘଟଣା ସ୍ଥଳରେ ଯୁବତୀ ଜଣଙ୍କର ମୋବାଇଲ ଚପଲ ଓ ଟ୍ରଚ ପଡିଛି। କିଛି ଲୋକ ଏହି ଜଙ୍ଗଲକୁ ଆଜି ସକାଳୁ ଆସିଥିବା ବେଳେ ଯୁବତୀକୁ ଦେଖି ଗ୍ରାମବାସୀ ମାନେ ପୋଲିଶକୁ ଖବର ଦେଇଥିଲେ । ଖବର ପାଇ ଲହୁଣୀପଡା ପୋଲିଶ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥବା ବେଳେ ଏହି ଯୁବତୀ ରାତିରେ କିପରି ଆସିଲା ନା ତା ସାଙ୍ଗରେ ଅଉ କିଏ ଆସିଥିଲା ନା ତାକୁ କିଏ ମାରି ଟାଙ୍ଗୀ ଦେଇଛି ପୋଲିଶ ମୋବାଇଲ ଫୋନ ଏବଂ ଅନ୍ୟ ସାମଗ୍ରୀକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଲହୁଣୀପଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।