ବିଷ ପିଇ ବୃଦ୍ଧାଙ୍କ ଆତ୍ମହତ୍ୟା

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ମୋତିଗାଁ ଗ୍ରାମରେ ବିଷ ପିଇ ଜଣେ ବୃଦ୍ଧା ଆତ୍ମହତ୍ୟା କରିଥିବା ନେଇ ରବିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ମୋତିଗାଁ ଗ୍ରାମର ଡମୁ ଭତ୍ରା ଶନିବାର ସକାଳୁ ଜଳଖିଆ ଖାଇ ସାରି ନିଜ କାଜୁ ବଗିଚାକୁ ଯାଇଥିଲେ | ଡମୁ ମଧ୍ୟାନ୍ନରେ ଘରକୁ ଫେରି ଦେଖିଥିଲେ ଯେ ତାଙ୍କ ସ୍ତ୍ରୀ ଆଶାବତୀ ଭତ୍ରା (୬୦) ଘରେ ବେହୋସ ହୋଇ ପଡିଛି | ଦେଖିବାକୁ ପାଇଥିଲେ ଯେ ଏକ ବିଷ ବୋତଲ ତାଙ୍କ ପାଖରେ ପଡିଛି | ସେ ସଙ୍ଗେ ସଙ୍ଗେ ସ୍ତ୍ରୀକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ରବିବାର ସକାଳେ ଆଶାବତୀଙ୍କର ମୃତ୍ୟୁ ଘଟିଛି | ଏନେଇ ମୃତକର ଦିଅର ନାଡୁ ଭତ୍ରା ଡାବୁଗାଁ ଥାନାରେ ଆଜି ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ମୃତକଙ୍କର ମାନସିକ ବିକୃତି ଥିବା ତାଙ୍କ ସ୍ଵାମୀ କହିଛନ୍ତି | ଏନେଇ ଥାନା କେସ ନଂ ୧୬/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More