ପୁରୀ(ସଂଘର୍ଷ ମିଡିଆ ) : ପୁରୀ ଶ୍ରୀମନ୍ଦିର ପଶ୍ଚିମଦୁଆର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ଵୁତ୍ତ ମାନେ ମନ୍ଦିରର ଦାନବାକ୍ସ ତାଡି ନେଇଛନ୍ତି।ତେବେ ଦାନବାକ୍ସ ରେ କେତେ ପରିମାଣରେ ଟଙ୍କା ଥିଲା ତାହା ସେଠାରେ ଥିବା ପୂଜକ ଜାଣିନଥିବା ବେଳେ ଚୋରି ସମ୍ପର୍କରେ ସିଂହ ଦ୍ଵାରା ଥାନାକୁ ଜଣାଇଛନ୍ତି । ସେପଟେ ସଂକୀର୍ତ୍ତନ ମନ୍ଦିର ପାଖରେ ପଶ୍ଚିମ ଦ୍ବାରରେ 24 ଘଣ୍ଟା ପୋଲିସ ପହରା ସତ୍ୱେ ସେହି ନିକଟରୁ ଚୋରି ହେବା ଘଟଣା ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି। ପୂର୍ବରୁ ବଡଦାଣ୍ଡ ମାଉସୀ ମାଙ୍କ ମନ୍ଦିରରୁ ହୁଣ୍ଡି ଓ ଗଡରେଜରୁ ଚୋରୀ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଚୋର ଧରା ପଡି ନଥିବା ବେଳେ ପୁଣି ଚୋରି ଘଟଣା ସାଧାରଣରେ ସୁରକ୍ଷା ଢିଲା ଥିବା ମନେ ହେଉଛି।