ବିବାହ ଉତ୍ସବକୁ ଏବେ ଲୁଟେରାଙ୍କ ଟାର୍ଗେଟ, ଲୁଟି ନେଇ ଚମ୍ପଟ୍ଟ ମାରିଲା ଲକ୍ଷାଧିକ ଟଙ୍କାର ଅଳଙ୍କାର

157

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବିବାହ ଉତ୍ସବକୁ ଏବେ ଲୁଟେରାଙ୍କ ଟାର୍ଗେଟ। ଆୟୋଜକଙ୍କ ଅସାବଧାନତାର ସୁଯୋଗ ନେଇ ଲୁଟେରା ବିବାହ ଉତ୍ସବରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଉପହାର, ସୁନା ଗହଣା। ପୁରୀ ଏଭଳି ଘଟଣା ନଜରକୁ ଆସିଚି। ଜଣେ ଲୁଟେରା ଵିଵାହ ଭୋଜିରେ ଅତିଥି ଭାବେ ଆସି ଲକ୍ଷ ଲକ୍ଷ ଟଙ୍କାରେ ସୁନା ଗହଣା, ଉପହାର ଲୁଟି ନେଇ ଚମ୍ପଟ୍ଟ ମାରିଚି। ପୁରୀରେ ଏକ ହୋଟେଲରେ ବିବାହ ଉତ୍ସବ ଚାଲିଥିବା ବେଳେ ଏହି ଘଟଣା ଘଟିଛି।। ଅତିଥିମାନେ ଆସୁଥିଲେ। ସେମାନଙ୍କୁ ସ୍ଵାଗତ କରାଯାଉଥିଲା। ଆଉ ଏହାର ସୁଯୋଗ ନେଇ ଜଣେ ଯୁବକ ଅତିଥି ସାଜି ବିବାହ ଉତ୍ସବରେ ଯୋଗଦେଇ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ଉପହାର ଓ ଟଙ୍କା ନେଇ ଚମ୍ପଟ ମାରିଚି। ଏହଭଳି ଏକ ଘଟଣା ଗତ ରବିବାର ପୁରୀର ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି। ଏନେଇ ଟାଉନ ଥାନା ଅନ୍ତର୍ଗତ ସୁଆରସାହିର ବାସିନ୍ଦା ପ୍ରମୋଦ କୁମାର ମିଶ୍ର ଅଭିଯୋଗ କରିଛନ୍ତି । ପ୍ରମୋଦ ଅଭିଯୋଗ କରିଛନ୍ତି ଯେ ଗତ ରବିବାର ତାଙ୍କଭଣଜା ସନ୍ଦୀପ ମିଶ୍ରଙ୍କର ବିବାହ ଉତ୍ସବ ବଳିଆପଣ୍ଡା ଥାନା ଅନ୍ତର୍ଗତ ଏକ ହୋଟେଲରେ ଆୟୋଜନକରାଯାଇଥିଲା । ସନ୍ଧ୍ୟା ସମୟରୁ ସନ୍ଦୀପଙ୍କର ଅତିଥିମାନେ ହୋଟେଲରେ ପହଞ୍ଚି ବିବାହ ଉତ୍ସବରେସାମିଲ ହୋଇଥିଲେ। ବହୁ ଅତିଥି ନବଦମ୍ପତିଙ୍କୁ ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଦାମୀ ଉପହାର ପ୍ରଦାନ କରିଥିଲେ। ତେବେ ରାତି ପ୍ରାୟ ନଅଟା ପରେ ଜଣେ ଦୁର୍ବୃତ୍ତ ଏହି ବିବାହ ଉତ୍ସବରେ ଅତିଥି ଭାବେ ପ୍ରବେଶକରିଥିଲା | ସେ ପ୍ରାୟ କିଛି ସମୟ ଏହି ହୋଟେଲରେ ରହି ସମସ୍ତଙ୍କୁ ନଜର କରିବା ପରେ ମୂଲ୍ୟବାନ ସାମଗ୍ରୀକେଉଁଠାରେ ରହିଛି, ତାହାକୁ ଦେଖିଥିଲେ। ଏହା ପରେ ଷ୍ଟେଜ୍‌ରେ ସନ୍ଦୀପ ଓ ତାଙ୍କ ନବବିବାହିତା ପତ୍ନୀଙ୍କ ସମେତ ଅନ୍ୟ ଅତିଥିମାନେ ଫଟୋ ଉଠାଇବା ସମୟରେ ସମସ୍ତଙ୍କନିଜର ଆଢୁଆଳରେ ଲୁଟେରା ଜଣକ ଷ୍ଟେଜ୍ ପଛପଟେ ଥିବା ଉପହାର ବ୍ୟାଗକୁ ଧରି ଚମ୍ପଟ ମାରିଥିଲା। ପ୍ରମୋଦ କହିଛନ୍ତି ଯେ ଏହି ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଲଫାପା, ସୁନାଅଳଙ୍କାର ଓ ଦାମୀ ଉପହାରଗୁଡ଼ିକ ରହିଥିଲା। ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଆଦି ରହିଥିବା ଅନୁମାନ କରୁଛନ୍ତି । ଲୁଟେରା ଜଣକ ରାତି ୧୧ଟା ୩୭ ମିନିଟ୍ ସମୟରେ ବ୍ୟାଗ୍ ନେଇ ଗେଟ୍‌ରୁ ବାହାରି ଯାଉଥିବାର ସିସି କ୍ୟାମେରା ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା । ତେଣୁ ଏହି ଫୁଟେଜ୍‌କୁ ନେଇ ବଳିଆପଣ୍ଡା ଥାନାରେ ଦେବା ସହ ଏନେଇ ପ୍ରମୋଦ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ସିସି କ୍ୟାମେରାର ଫୁଟେଜ୍‌କୁ ନେଇ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଚି। ବିବାହ ଉତ୍ସବ ସାବଧାନତାରେ ରହିବାକୁ ପୋଲିସ କହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More