ବିଦେଶୀ ମଦ ସହିତ ସ୍କୁଟି ଜବତ, ଜଣେ ଗିରଫ

118

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : – ଆଜି ସନ୍ଧ୍ୟା ପ୍ରାୟ ନରସିଂହପୁର ପୁଲିସ ପକ୍ଷରୁ ୮୪ ଲିଟର ୬୦୦ ମିଲି ଲିଟର ବିଦେଶୀ ମଦ ସହିତ ଗୋଟିଏ ସ୍କୁଟି ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ପ୍ରାପ୍ତ ସୂଚନା ମୁତାବକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନରସିଂହପୁର ପୁଲିସ ନରସିଂହପୁର ଅନୁଗୁଳ ରାସ୍ତାର ବୁଢ଼ାବୁଢ଼ୀ ଘାଟି ନିକଟରେ ଜଗି ରହିଥିଲେ। ଏହି ରାସ୍ତା ଦେଇ ନରସିଂହପୁର ଥାନା ଅନ୍ତର୍ଗତ ସାଗର ଗ୍ରାମର ଅଭିଜିତ ସାମଲ (୨୨) ସ୍କୁଟି ନମ୍ବର (ଓଡ଼ି -୦ ୫-ଏୟୁ-୦୮୦୫) ଯୋଗେ ୮୪ଟି ବିଅର ବୋତଲ ନେଇ ଯାଉଥିଲେ। ପୁଲିସ ସ୍କୁଟିକୁ ଅଟକାଇ ତା ଠାରୁ ମଦ ଓ ସ୍କୁଟି ଜବତ କରିବା ସହିତ ତାକୁ ଗିରଫ କରି ଥାନାକୁ ନେଇଥିଲେ। ଆସନ୍ତା କାଲି ସଂପୃକ୍ତ ବ୍ୟକ୍ତିଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯିବ ବୋଲି ନରସିଂହପୁର ଆଇଆଇସି ବିକ୍ରମ କେଶରୀ ଜେନା ସୂଚନା ଦେଇଛନ୍ତି।ପ୍ରକାଶ ଥାଉକି ନରସିଂହପୁର ପୋଲିସ ର ନିର୍ବାଚନ ପକ୍ରିୟା ଆରମ୍ଭ ହୋଇ ଗଲାଣି। କ୍ଳବ ଛକ ରେ ସମ୍ପୁର୍ଣ୍ଣ ଜନଗହଳି ସାଙ୍ଗକୁ ଖୋଲମ ଖୋଲା ଦେଶୀ ବିଦେଶୀ ମଦ ବିକ୍ରି ହେଉଛି ଯାହାକି ପୋଲିସ ଜାଣତରେ ହେଉଛି।ସେମାନେ ପୋଲିସ କୁ ମାସିକିଆ ବଟି ଦେଇ ବେପାର ଚଳାଇ ଛନ୍ତି।।ପୋଲିସ ର ଭୂମିକା ଏଠି ସମ୍ପୂର୍ଣ ସ୍ଥାଣୁ ପଲଟିଯାଇଛି ଯାହାକି ସାଧାରଣ ରେ ଆଲୋଚନା ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More