ବାପାର କଟୁରୀ ଚୋଟରେ ପୁଅ ମୃତ

45

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ପାରିବାରିକ କଳହର କରୁଣ ପରିଣତି । ବାପପୁଅ ଝଗଡ଼ା ଭିତରେ ବାପର କଟୁରୀ ଚୋଟରେ ପୁଅ ମୃତ୍ୟ ବରଣ କରିଥିବା ବେଳେ ବାପା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଂଚାୟତ ଅଧିନ ସୁନା ଗଢିଆ ଗାଁରେ । ସୂଚନାଯୋଗ୍ୟ ଯେ ସୁନାଗଢିଆ ଗାଁ ର ମାଧବ ବାରିକ ଓ ତାଙ୍କ ପୁଅ ଶଙ୍କର୍ଷଣ ବାରିକ କୌଣସି କଥାକୁ ନେଇ ଘର ଭିତରେ ଝଗଡା ଲାଗିଥିଲେ । ପରେ ଦୁହେଁ ଦୁହିଁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ପାଟି ଶୁଣି ଆସିବା ବେଳକୁ ପୁଅ ଶଙ୍କର୍ଷଣ ଓ ମାଧବ ଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଧବଙ୍କୁ ଗାଁ ଲୋକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ପରେ ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More