ଭଦ୍ରକ(ସଂଘର୍ଷ ମିଡିଆ ) : – ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ଓ ପୋଲିସର ମିଳିତ ଉଦ୍ୟମରେ ଶୁକ୍ରବାର ସକାଳେ ଦୁଇଟି ଚୋରା ମଦ କାରବାର ହେଉଥିବା ସ୍ଥାନରେ ଚଢାଉ କରାଯାଇଛି। ଚୋରା କାରବାରରେ ଜଡିତ ଦୁଇ ଜଣକୁ ଗିରଫ କରାଯାଇ ଥିବାବେଳେ ବିପୁଳ ପରିମାଣର ମଦ ଜବଦ ହୋଇଥିବାର ସୂଚନା ମିଳିଛି। ମାଜିଷ୍ଟ୍ରେଟ ତଥା ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ତିହିଡି ଥାନାଧିନ ଅଲ୍ଲୀନଗର ଓ ସଦର ବଜାରସ୍ଥିତ ହାଟପଟିରେ ଚଢାଉ କରାଯାଇଥିଲା। ସେହିପରି ତିହିଡ଼ି ଅବକାରୀ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଗତକାଲି ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ଏକ ବାଇକ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ୍ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ହାଟୁଆରୀ ଗ୍ରାମରେ ଚଢ଼ଉ କରାଯାଇ ମାଧବାନନ୍ଦ ମଳିକଙ୍କୁ ଗିରଫ୍ କରାଯାଇଥିବା ବେଳେ ଏକ ଗ୍ଲାମୋର ବାଇକ ଓ ଏକ ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଭାଟପଡ଼ା ଓ ବଉଳପାଳ ଗ୍ରାମରେ ଚଢ଼ଉ କରାଯାଇ ୫୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଭାଟପଡ଼ା ଗ୍ରାମର ଶ୍ରୀକୁମାର ଦାସ ଓ ବଉଳପାଳ ଗ୍ରାମର ସୁରେନ୍ଦ୍ର ଦାସଙ୍କୁ ଅବକାରୀ ବିଭାଗ ଗିରଫ୍ କରିଛି ।