ଭଦ୍ରକ(ସଂଘର୍ଷ ମିଡିଆ ) : ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ଚଢ଼ାଉ ଦୁଇ ଗିରଫ। କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଦ୍ଵାରା ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ବିଦେଶୀ ନକଲି ହାତ ତିଆରି ମଦ କାରଖାନା ଠାବ କରାଯାଇଛି। ଏଠାରେ ଦୀର୍ଘଦିନ ହେଵ ଘର ଭଡ଼ା ନେଇ ବହୁ ଦିନହେବ ଏଠାରେ ନକଲି ମଦ ତିଆରି କାରଖାନା ଚାଲୁଥିଲା। କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଚଢ଼ାଉ କରିଥିଲା। ଏହି ଘଟଣାରେ ଘର ମାଲିକଙ୍କ ସହ ମୁଖ୍ୟ ଆସାମୀଙ୍କୁ ଗିରଫ କରିଛି ।ଏମାନେ ସେହି ଗ୍ରାମର ଅକ୍ଷୟ ଵେହେରା ଓ ପର୍ଶୁରାମ ସନ୍ଦିବିଗ୍ରହ ଵୋଲି ଜଣାପଡିଛି। ଏମାନଙ୍କ ଠାରୁ ୩୦ ହଜାର ଟଙ୍କା ନଗଦ, ୧୦୦ଲିଟର ବିଦେଶୀ ନକଲି ମଦ, କେମିକାଲ, ଵହୁ ନାମୀଦାମୀ କମ୍ପାନୀର ଲୋଗୋ, ଓଡିଶା ସରକାରଙ୍କ ଷ୍ଟିକର ଲୋଗୋ, ମଦ କମ୍ପାନୀ ଷ୍ଟିକର, ମଦ ବୋତଲ ଠିପି, ମଦ ତିଆରି ଯନ୍ତ୍ରାଂଶ ଜଵତ କରିଛି । ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି । ଦୀର୍ଘ ୧ ମାସ ଧରି ଏହା ଉପରେ ନଜର ରଖିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ।