ବଳିଆପଣ୍ଡା ଧବଳେଶ୍ୱର ଲେନ ଅଞ୍ଚଳରେ ଆଇପିଏଲ ବେଟିଂ ଠକେଇ ଅଭିଯୋଗରେ ୫ ଗିରଫ

56

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : _ ବଳିଆପଣ୍ଡା ଧବଳେଶ୍ୱର ଲେନ ଅଞ୍ଚଳରେ ଆଇପିଏଲ ବେଟିଂ ଠକେଇ ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା 5ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତମାନେ ହେଲେ ଛତିଶଗଡ଼ର ରାଜେଶ ନିଶାଦ 26, ମୁକେଶ ଦିୱାନଗନ 26, ଦିଲ୍ଲୀପ କୁମାର ପଟେଲ 38, ଶୁଭମ ଅଗ୍ରୱାଲ 25 ଓ ଅଭୟ ସିଂ 33 l ଅଭୟ ବଳିଆପଣ୍ଡା ଧବଳେଶ୍ୱର ଲେନ ଥିବା ଏକ ଗେଷ୍ଟ ହାଉସ ମାଲିକ l ଅଭିଯୁକ୍ତଙ୍କ ଠାରୁ ଏଲଇଡି ଟିଭି ସହ ରିମୋଟ, ଆଣ୍ଟିନା ଛତା, 4ଟି ମୋବାଇଲ ଓ ଟାଟାସ୍କାଏ ମେସିନ ଜବତ କରାଯାଇଛି l ଗତକାଲି ରାତ୍ରରେ ଥାନା ପକ୍ଷରୁ ପ୍ରାଟ୍ରୋଲିଙ୍ଗ କରାଯାଉଥିବା ବେଳେ ଆଇପିଏଲରେ ବେଟିଂ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ଅଭିଯୁକ୍ତ ଧରାପଡ଼ିଥିଲେ l ପରେ ଏସଆଇ ରିତା ବେହେରାଙ୍କ ଅଭିଯୋଗ କ୍ରମେ ଥାନା ପକ୍ଷରୁ ଆଇପିସିର ଦଫା 294 କ, 420, 120 ଖ 34, ଆର ଡବ୍ଲ୍ୟୁ ସେକ୍ସନ 4ଏବଂ 5 ମନି ଚିଟିଙ୍ଗ ସରକୁଲେସନ ବାନିଙ୍ଗ ଆକ୍ଟରେ ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More