ବରିଷ୍ଠ ଓକିଲଙ୍କ ଉପରକୁ ଏସିଡ୍ ମାଡ

24

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ୍ ମାଡ।ପାରଳାଖେମୁଣ୍ଡି ଓକିଲଙ୍କ ବାରର ବରିଷ୍ଠ ଓକିଲ ପି ରାମରାଓ ଆଜି ଅପରନ୍ନରେ ଜଙ୍ଗମ ସାହି ସ୍ଥିତ ନିଜ ବାସ ଭାବନରେ ରହିଥିବା ସମୟରେ କେହି ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ରାମରାଓଙ୍କ କବାଟ ମାରି ଡାକିଥିଲେ, ଓକିଲ ଜଣକ କବାଟ ଖୋଲି ଦେଖିବା ସମୟରେ ହଠାତ କେହି ଜଣେ ଏସିଡ୍ ଧରି ତାଙ୍କ ଉପରକୁ ଫୋପାଡ଼ି ଥିଲା, ଏହାପରେ ଓକିଲଙ୍କ ଦେହ ସାରା ଜଳିଯିବା ସହ ମୁହଁରେ ଅଧିକାଂଶ ଜାଗାରେ ଏସିଡ୍ ପଡି କ୍ଷତ ବିକ୍ଷତ ହୋଇଛି।ତାଙ୍କୁ ସେଠାରୁ ପୋଡ଼ାଶୀ ଏବଂ ସହଯୋଗୀ ଓକିଲଙ୍କ ଦ୍ୱାରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା,ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଖିରେ ଏସିଡ୍ ପଡିଯାଥିବା ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ତେବେ ବର୍ତ୍ତମାନ ସୁଦ୍ଧା ଏସିଡ୍ ପକାଇବା ପଛର କାରଣ ଅସ୍ପଷ୍ଟ ରହିଛି ସେପଟେ କିଏ ଏହିଭଳି ଜଘନ୍ୟ କାଣ୍ଡ କରିଛି ତାହାର କୌଣସି ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ।ଏଭଳି କାର୍ଯ୍ୟକୁ ଓକିଲମାନେ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ଆଖପାଖ ରେ ଥିବା ସିସି ଟିଭି ଫୁଟେଜ ଓ ଘଟଣା ଘଟିବା ସମୟରେ ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ଭିତରେ କିଏ ଚଳ ପ୍ରଚଳ କରୁଥିଲେ ସେହି ସମସ୍ତ ତଥ୍ୟକୁ ଅନୁସନ୍ଧାନ କରୁଛି ଯେ ହେତୁ ଏସିଡ୍ ମାଡ ଘଟଣା ପାରଳାଖେମୁଣ୍ଡି ସହରରେ ପ୍ରଥମ ଥର ପାଇଁ ହୋଇଛି ତେଣୁ ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରୁଛି ।ଏହି ମାମଲାରେ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More