ବଡଦାଣ୍ଡ ସ୍ଥିତ ମାର୍କେଟ ଛକ ନିକଟରେ ଇଲେକ୍ଟ୍ରିକାଲ ଷ୍ଟଲ କରିଥିବା ଯୁବକଙ୍କୁ ପୌରସଂସ୍ଥା ଏନ୍‌ଫୋର୍ସ ଟିମର ଆକ୍ରମଣ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବଡଦାଣ୍ଡ ସ୍ଥିତ ମାର୍କେଟ ଛକ ନିକଟରେ ଇଲେକ୍ଟ୍ରିକାଲ ଷ୍ଟଲ କରିଥିବା ଯୁବକଙ୍କୁ ପୌରସଂସ୍ଥା ଏନ୍‌ଫୋର୍ସ ଟିମର ଆକ୍ରମଣ ଅଭିଯୋଗ ହୋଇଛି l ଏନ୍‌ଫୋର୍ସ ଟିମର ଗାଡି ଡ୍ରାଇଭର ମାଡ଼ ମାରିଥିବା ଅଭିଯୋଗ ହୋଉଛି l ଗତକାଲି ଇଲେକ୍ଟ୍ରୋନିକ୍ସ କମ୍ପାନୀର ଷ୍ଟଲକୁ ନେଇ ପୌରସଂସ୍ଥା ଏନ୍‌ଫୋର୍ସ ଟିମ୍ ଓ ଷ୍ଟଲ ପକାଇଥିବା ଯୁବକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନ୍‌ଫୋର୍ସ ଟିମ୍ ଷ୍ଟଲରେ ପଡିଥିବା ସାମଗ୍ରୀକୁ ଜବତ କରିନେଇଯାଉଥିବା ବେଳେ ଷ୍ଟଲ ଦାୟିତ୍ଵରେ ଥିବା ଯୁବକ ସାମଗ୍ରୀ ନେବା ପୂର୍ବରୁ ଏକ କାଗଜରେ ଦସ୍ତଖତ କରିବାକୁ ଜିଦ୍ ଧରିଥିଲେ । ହେଲେ ଏନ୍‌ଫୋର୍ସ ଟିମର ଗାଡି ଡ୍ରାଇଭର ଯୁବକଙ୍କୁ ଠେଲାପେଲା କରି ମାଡ଼ ମାରିଥିଲେ l ଏହାକୁ ନେଇ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପହଞ୍ଚି ବୁଝାଶୁଝା କରିଥିଲା। ସୂଚନା ଯୋଗ୍ୟ ଯେ ଏନଫୋର୍ସମେଣ୍ଟ ଗାଡିର ଡ୍ରାଇଭର ବିଭିନ୍ନ ସମୟରେ ସହରରେ ଗୁଣ୍ଡାରାଜ ଚଳାଉଥିବା ନେଇ ବିଭିନ୍ନ ମହଲରେ ଦାବି ଆଲୋଚନା ହେଉଥିବା ନଜର ରହିଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More