ପ୍ରେମିକା ଘରେ ପ୍ରେମିକର ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲେ ପରିବାର ସଦଶ୍ୟ

42

Get real time updates directly on you device, subscribe now.

ଗଜପତି (ଆମ ପ୍ରତିନିଧି ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତର ଉସ୍ତପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉସ୍ତପଦା ଗ୍ରାମର ସଞ୍ଜୟ ପାଟ ସିଂ ତଥା ମା କୁନ୍ତୁଳାଙ୍କ ସାନପୁଅ ପୂର୍ବରୁ ବାପା ନାହାନ୍ତି । ସୂଚନାନୁଯାୟୀ, ପରିବାର ସଦସ୍ୟ 4ଜଣ ସେଥିମଧ୍ୟରୁ ସଞ୍ଜୟ ସାନପୁଅ ସେ ଏକ ଝିଅକୁ ଭଲ ପାଇ ବିଭାହ ପ୍ରସ୍ତାବ ଘରେ ଆଗତ କରିଥିଲେ । ଘର ଲକମାନେ ସବୁଯାଇ ସମ୍ପର୍କ ସ୍ଥାପନା କରିଆସିଥିଲେ ତାର କିଛି ଦିନ ପରେ ଲୁହାଗୁଡ଼ି ସ୍ଥିତ ସଞ୍ଜୟଙ୍କ ବାନ୍ଧବୀ ତାଙ୍କୁ ତାଙ୍କ ଭାଇଙ୍କ ଜନ୍ମ ଦିନ ପାଇଁ ତାଙ୍କ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ସେ ଯାଇ ପ୍ରାୟ 3ଦିନ ହେବ ଲୁହାଗୁଡ଼ି ୱାର୍ଟି ପ୍ରଧାନଙ୍କ ଘରେ ତାଙ୍କର ସାନ ଝିଅ ରାନୀ ପ୍ରଧାନଙ୍କ ଘରେ ରହିଥିଲେ । ଆଜି ସେହି ଝିଅଙ୍କ ଘରୁ ପୁଅ ଘରକୁ ଫୋନରେ ଜଣେଇଥିଲେ ଯେ ତାଙ୍କପୁଅ ଅସୁସ୍ଥ ଅଛନ୍ତି ତାଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଛି ତୁରନ୍ତ ପୁଅଘରୁ ମେଡିକାଲ ପହଂଚିଲାବେଳେ ସଞ୍ଜୟଙ୍କ ମୁର୍ତ୍ୟୁ ହୋଇଛି । ତେଣୁ ପୁଅ ଘରୁ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅଙ୍କୁ ହତ୍ୟା କରା ଯାଇଛି ଏବଂ ତାଙ୍କ ମା ତାଙ୍କୁ ନ୍ୟାୟ ପାଈଁ ଦାବି କରିଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More