ପ୍ରେମକରି ଫସିଲେ ଦିବ୍ୟାଙ୍ଗ ଯୁବତୀ

29

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅମୃତମଣହି ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଉଚତା କମ୍ ଥିବା ଜଣେ ଦିବ୍ୟାଙ୍କ ଯୁବତୀଙ୍କୁ ସେହି ଗ୍ରାମର ସୁଧାକର ରାଉତଙ୍କ ପୁଅ ଅବିନାଶ ରାଉତ ଭଲ ପାଉଥିଲେ। ଭଲ ପାଇବାର ସମ୍ପର୍କ ଧିରେ ଧିରେ ନିବିଢ ହେବାକୁ ଲାଗିଲା।ସମୟର କାଳଚକ୍ରରେ ଶିକାର ହୋଇଗଲେ ସେହି ଦିବ୍ୟାଙ୍ଗ ଯୁବତୀ। ସେ କିଛି ବୁଝିବା ଆଗରୁ ସେହି ରାକ୍ଷସ ପ୍ରେମିକ ଅବିନାଶ କିଛି ଆପତ୍ତି ଜନକ ଫଟୋ ଓ ଭିଡ଼ିଓ କରି ବ୍ଲାକମେଲିଙ୍ଗ୍ କରିବା ଆରମ୍ଭ କରିଥିଲା ଯାହାଫଳରେ ସେହି ଯୁବତୀ ଘରେ ନକହି ପ୍ରେମିକ ଅବିନାଶ ଯାହା କହେ ବାଧ୍ୟହୋଇ ସେଇଆ ହିଁ କରେ ଦିବ୍ୟାଙ୍ଗ ଯୁବତୀ। ଏମିତିକି ବହୁବାର ଅବିନାଶ ଫୋନ୍ କରି ଟଙ୍କାମାଗିବା ସହ ଧମକମଧ୍ୟ ଦେଉଥିଲେ ଯୁବତୀ ଜଣଙ୍କୁ ଯୁବତୀ ଡରି ନିଜ ଘରୁ ବହୁତ ସୁନା ଓ ଟଙ୍କା ମଧ୍ୟ ଘରଲୋକଙ୍କୁ ଲୁଚେଇ ଦେଇଥିବା କହିଛନ୍ତି।ଗଡରେଜରେ ଥିବା ସୁନାହାର, ସୁନାମୁଦି ଓ ଅଳଙ୍କାର ସମେତ ଟଙ୍କା କମିବାକୁ ଲାଗିଲା ଘରଲୋକେ ଚିନ୍ତାରେ ରହୁଥିବା ବେଳେ ଥାନାର ଆର୍ଶୟ ନେବାକୁ ବାଧ୍ୟ ହେଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ଚଉଦକୁଲାଟ ଫାଣ୍ଡି ଅଫିସର ସବ ଇନ୍ସପେକ୍ଟର ବିଲମଙ୍ଗଳ ସେଠି ଙ୍କୁ ତଦନ୍ତ ଭାର ଦେଇଥିଲେ। ପ୍ରାଥମିକ ତଦନ୍ତରେ ପୋଲିସ ଜାଣିବାକୁ ପାଇଥିଲା ସେହି ଘରର କେହି ସଦସ୍ୟ ଏଭଳି କାର୍ଯ୍ୟ କରୁଛି। ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ସେହି ଦିବ୍ୟାଙ୍ଗ ଯୁବତୀ ଜଣକ ପ୍ରେମରେ ଧେକାଖାଇ ପ୍ରତାରଣାର ଶିକାର ହୋଇ ଆଗରୁ ଭଲପାଉଥିବା ପ୍ରେମିକକୁ ପ୍ରାୟ ୩୦ଭରିର ସୁନା ଅଳଙ୍କାର ଦେଇଥିଲେ। ସେହି ୩୦ଭରିର ସୁନା ହାର ,ସୁନାମୁଦି,ସୁନା କାନଫୁଲ ମଙ୍ଗଳସୂତ୍ର ସହିତ ନଗଦ କିଛି ଟଙ୍କା ଜବତ୍ କରିବାସହ ଅଭିଯୁକ୍ତ ଅବିନାଶ ଙ୍କ ବିରୋଧରେ ୪୮୩/୨୦୨୧ ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧାନ ୪୨୦/୨୯୪/୫୦୬ ର ଦଫା ଲଗାଇ କୋର୍ଟ ଚାଲାଣ କରିଛି। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More