ପୋଲିସ ଆଖିରେ ଧୂଳି ଦେଇ କେନ୍ଦ୍ରାପଡ଼ାର ଦୁର୍ଦାନ୍ତ ଅପରାଧୀ ହାଇଦର ଅଲି ଫେରାର

53

Get real time updates directly on you device, subscribe now.

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) : – କେନ୍ଦ୍ରାପଡ଼ା ଦୁର୍ଦାନ୍ତ ଅପରାଧୀ ହାଇଦର ଅଲି ଔରଫ ହାଇଦର ଗତ କିଛି ଦିନ ହେବ ଦେହ ଅସୁସ୍ଥ ହେବା କାରଣରୁ ତାକୁ କଟକ ଏସ ସି ବି ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ହାଇଦର ଉପସ୍ଥିତ ପୁଲିସ କର୍ମୀ ମାନଙ୍କୁ ବିରିୟାନୀ ଖାଇବାକୁ କହିଥିଲେ ଏହାପରେ ପୁଲିସ କର୍ମୀ ତାଙ୍କ କଥାରେ ରାଜି ହେବାପରେ ହାଇଦର ପୁଲିସ ମାନଙ୍କୁ ବିରିୟାନୀରେ କିଛି ନିଶା ଦ୍ରବ୍ୟ ମିଶାଇ ଖାଇବାକୁ ଦେଇଥିଲେ। ଏହାର କିଛି ସମୟ ପରେ ବିରିୟାନୀ ଖାଇଥିବା ପୁଲିସମାନେ ବେହୋସ ହୋଇଯାଇଥିଲେ ଏହାର ଫାଇଦା ନେଇ ହାଇଦର ମେଡିକାଲରୁ ଚମ୍ପଟ ମାରିଥିଲା । ହାଇଦର ବର୍ତମାନ କିଡ଼ନୀ, ଡାଇବେଟିସ, ହାଟ ଆଦି ରୋଗରେ ପୀଡିତ ଅଛି । ବର୍ତମାନ ଓଡିଶା ପୋଲିସ ପାଇଁ ହାଇଦରକୁ ଧରିବା ପାଇଁ ଏକ ଚାଲେଞ୍ଜ ସୃଷ୍ଟି ହୋଇଛି ଯାହା ବିଗତ ଦିନମାନଙ୍କରେ ଦେଖିବାକୁ ମିଳିଛି । ଏଥି ପାଇଁ ରାଜ୍ୟ ପୋଲିସ ଦ୍ୱାରା ଏକ ସ୍ୱତନ୍ତ୍ର ସ୍କୁଆଡ଼ ଗଠନ କରାଯାଇଥିବା ବେଳେ ଏଥିରେ କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା ଏସପି ସାମିଲ ଅଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More