କଟକ(ସଂଘର୍ଷ ମିଡିଆ ) : ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ। ଅସଲି କହି ନକଲି ଘଣ୍ଟା ବିକୁଥିବା ଜଣେ ବ୍ୟବସାୟଙ୍କୁ ଗିରଫ କରିଛି କଟକ ବାଦାମବାଡି ଥାନା ପୋଲିସ୍। ବାଦାମବାଡି ବସଷ୍ଟାଣ୍ଡ ରେ ଏକ ଦୋକାନରେ ବିଭିନ୍ନ ବ୍ରାଣ୍ଡ ର ଘଣ୍ଟା ବିକୁଥିଲେ ଏହି ବ୍ୟବସାୟୀ ଜଣକ। ଗତକାଲି ଜଣେ ଗ୍ରାହକ ଫାଷ୍ଟଟ୍ରାକ୍ କମ୍ପାନୀର ଘଣ୍ଟା କିଣିବାକୁ ଯାଇଥିବା ବେଳେ ଦୋକାନୀ ତାଙ୍କୁ ଅସଲି ଘଣ୍ଟା କହି ଅଧିକ ଟଙ୍କା ଦେବାକୁ କହିଥିଲେ। ଗ୍ରାହକଙ୍କ ସନ୍ଦେହ ବଢିବାରୁ ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଦୋକାନରେ ଅତର୍କିତ ରେଡ୍ କରିଥିଲା ପୋଲିସ୍। ଚଢାଉ ବେଳେ ବିଭିନ୍ନ ବ୍ରାଣ୍ଡର ନକଲି ଘଣ୍ଟା ଜାଣିପାରିଥିଲା ପୋଲିସ୍। ଫାଷ୍ଟଟ୍ରାକ୍, ସୋନାଟା,ଟାଇଟନ୍ ଆଦି ନାମିଦାମୀ କମ୍ପାନୀର ମୋଟ୍ ୮୮୪ ଟି ଘଣ୍ଟା କୁ ଜବତ କରାଯାଇଛି। ପୋଲିସ୍ ସୂଚନା ମୁତାବକ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଏକ ଘଣ୍ଟା ଦୋକାନରେ ବିଭିନ୍ନ ନାମିଦାମୀ କମ୍ପାନୀର ଘଣ୍ଟା ବିକ୍ରି ହେଉଥିଲା। ଏହାକୁ ଅସଲି ଦର୍ଶାଇ ନକଲି ଘଣ୍ଟା କୁ ଚଢା ଦରରେ ବିକ୍ରି କରି ଠକୁଥିଲେ। ଆଉ ଏହି ଘଣ୍ଟା ଗ୍ରାମାଞ୍ଚଳରେ ଅଧିକ ବିକ୍ରି ହେଉଥିବାର ମଧ୍ୟ ଜଣାପଡିଛି। ତେବେ ଏହି ଘଟଣାରେ ଜଣେ ଦୋକାନୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟଜ୍ ।