ପୁରୀ(ସଂଘର୍ଷ ମିଡିଆ) : – ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ବିଜେପି ବିଜେଡ଼ି କର୍ମୀ ମୁହାଁ ମୁହିଁ। ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜେପି ବିଜେଡି କର୍ମୀଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଚି। ବିଜେଡି କର୍ମୀଙ୍କ ଆକ୍ରମଣ ରେ ବିଜେପି ର ଦୁଇ କର୍ମୀ ଆହତ ହେଇଥିବା ଅଭିଯୋଗ ହେଇଛି। ଆହତ ଦୁଇ ଜଣ ବିଜେପି କର୍ମୀ ହେଲେ ବିଶ୍ଵ ରଂଜନ ରାଉଳ, ସଂଗ୍ରାମ୍ ପରିଡ଼ା। ଉଭୟ ଙ୍କ ମୁଣ୍ଡ ରେ ଆଘାତ ଲାଗିଥିବା ଅଭିଯୋଗ ହୋଇଚି ।ଆହତ ବିଜେପି କର୍ମୀ ଙ୍କୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲ ରେ ଭର୍ତ୍ତି କରଯାଇଛି। ତେବେ ପୁରୀ ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଛନ୍ତି ବୁଥ ପାଖରେ ବିଜେଡି କର୍ମୀ ଟେଣ୍ଟ ମାରୀ ଦଳ ସପକ୍ଷ ରେ ପ୍ରଚାର କରୁଥିଲେ। କେବଳ ସେତିକି ନୁହେଁ ବିଜେଡି କର୍ମୀ ବୁଥ ଭିତରେ ପଶି ବିଜେଡିକୁ ଭୋଟ ଦେବା ପାଇଁ ଭୋଟରଙ୍କୁ କହୁଥିଲେ। ତେବେ ବିଜେପି କର୍ମୀ ଏହା ବିରୋଧ କରିବାରୁ ଉତଖୀପ୍ତ ହୋଇ ବିଜେଡି କର୍ମୀ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ କୁ ଏ ନେଇ ଖବର ଦିଆଯାଇଥିଲେ ମଧ୍ୟ ଶାସକ ଦଳର ଚାପ ରେ ପୋଲିସ୍ କୌଣସି ପଦକ୍ଷେପ ନେଇ ନଥିବା ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ଅଭିଯୋଗ କରିଛନ୍ତି। ତେବେ ବିଜେଡି ହାରିବା ଭୟ ରେ ଗୁଣ୍ଡାରାଜ କରୁଥିବା ବିଜେପି ଅଭିଯୋଗ କରିଚି। ତେବେ ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ର ସଭାପତି ବିଜେଡି କର୍ମୀ ଙ୍କ ବିରୋଧ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ପୁରୀ ଟାଉନ ଥାନାରେ ଏତଲା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।