ପୁରୀ(ସଂଘର୍ଷ ମିଡିଆ) : – ବହୁ ଚର୍ଚ୍ଚିତ ସେବାୟତ କାଳିଆ ପଢ଼ିଆରୀ ହତ୍ୟା କାଣ୍ଡ ଘଟଣାରେ ସମ୍ପୃକ୍ତ ଜଗନ ଖଟେଇ ପାଖରୁ ଦୁଇଟି ବନ୍ଧୁକ ଗୋଟେ ଜୀବନ୍ତ ଗୁଳି ସହ ମୋବାଇଲ ଜବତ | ଏନେଇ ସାମ୍ବାଦିକ ସମ୍ମିଳନୀ ରେ ପୁରୀ ପୋଲିସ ର ସୂଚନା | ପୋଲିସ ସ୍କାନରରେ ଥିଲା ଜଗନ | ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଜଗନ ହଳଦିଆ ଛକ ଠାରେ କିଛି କ୍ରିମିନାଲଙ୍କୁ ବନ୍ଧୁକ ବ୍ୟବସାୟ ପାଇଁ ଅପେକ୍ଷା କରିଥିଲା | ଏନେଇ ସଦର ଥାନା ପୋଲିସର ପେଟ୍ରୋଲିଙ୍ଗ ଟିମ ନିକଟରେ ଖବର ପହଞ୍ଚିବା ପରେ ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା | ତେବେ ପୋଲିସ ଘଟଣା ସ୍ଥଳରୁ ଜଗନ କୁ ଅଟକ ରଖି ପଚରା ଉଚରା କରିଥିବା ବେଳେ ସେ ସେବାୟତ କାଳିଆ ପଢ଼ିଆରୀ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ଜଣା ପଡିଥିଲା | ପରେ ଜଗନ ଘରେ ପୋଲିସ ଚଢ଼ାଉ କରି ତଦନ୍ତ କରିଥିଲା | ତା ଘରୁ ଦୁଇଟି ବନ୍ଧୁକ (ଗୋଟେ ପିସ୍ତଲ, ଗୋଟେ ରିଭଲଭର, )ଗୋଟେ ଜୀବନ୍ତ ଗୁଳି ଓ ମୋବାଇଲ ଫୋନ ଜବତ କରାଯାଇଥିଲା | ତେବେ ଅଭିଯୁକ୍ତ ଜଗନକୁ ତୁରନ୍ତ ଗିରଫ କରାଯାଇଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ମିଳିଛି |