ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା, ୪ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରଉଚରା କରୁଛି ପୋଲିସ୍

154

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ କରୁଚି ପୋଲିସ। କୁମ୍ଭାରପଡା ଥାନା ପୋଲିସ ଦୁଇଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଭଉଁରୀ ଉତ୍ସବ ଦିନ ବାଣ ବିସ୍ଫୋରଣ ହୋଇ ଏଯାବତ୍ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱର ଓ କଟକରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ତେବେ କିଏ ଏବଂ କେତେ ଟଙ୍କାର ବାଣ ଆସିଥିଲା, ଏହି ବାଣ କେଉଁଠୁ ଆସିଥିଲା ସେନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ ହୋଇଥିବା ବେଳେ ଦୁଇଟି ଦିଗ ଉପରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର। ତେବେ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ ବାଣ ବିସ୍ଫୋରଣରେ ଆହତ ହୋଇ ଏସସିବି ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଦୁଇଜଣ ବ୍ୟକ୍ତି ଆଜି ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ଅନ୍ୟପଟେ ଭଉଁରୀ ଉତ୍ସବରେ ବାଣ ଫୁଟାଇବା ନେଇ ପୋଲିସ ପକ୍ଷରୁ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଅନୁମତି ଦିଆଯାଇନଥିଲା ବୋଲି କହିଛନ୍ତି ଏସପି। ବେଆଇନ୍ ଭାବେ ଜଣେ ବ୍ୟକ୍ତି ବାଣ ଫୁଟାଇଥିବାରୁ ଏତେବଡ଼ ଅଘଟଣ ଘଟିଥିଲା ବୋଲି ଏସପି କହିଛନ୍ତି। ତେବେ ଡିଏସପି ରାଙ୍କର ଜଣେ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା ବେଳେ ଏଥିରେ ଫରେନସିକକ୍ ଟିମ୍ ଓ ବରିଷ୍ଠ ପୋଲିସ ଅଧିକାରୀ ରହିଛନ୍ତି। ତେବେ ଆସନ୍ତା ୫ ତାରିଖରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେପଟେ ବାଣ ଯୋଗାଇ ଥିବା 4 ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଅଟକ ରଖି ପଚରଉଚରା କରୁଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More